Parliament to hold 16-hour discussion on Operation Sindoor
ଅପରେସନ ସିନ୍ଦୂରକୁ ନେଇ ସଂସଦ ଗୃହରେ ୧୬ ଘଣ୍ଟା ଆଲୋଚନା ହେବ ।ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଭାରତ କରିଥିବା ‘ଅପରେସନ ସିନ୍ଦୂର’କୁ ନେଇ ସଂସଦରେ ହେବ ବିତର୍କ ।
 
ଅପରେସନ ସିନ୍ଦୂର ଓ ପହଲଗାମ ନରସଂହାର ଉପରେ ବିରୋଧୀଦଳ ଗୁଡ଼ିକର ଦୃଢ଼ ଦାବି ପରେ ସରକାର ସମୟ ଧାର୍ଯ୍ୟ କରିଛନ୍ତି । ଜୁଲାଇ ୨୯ରୁ ସଂସଦରେ ଏହା ଉପରେ ବିତର୍କ ହେବ ।
 
ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଏହି ପ୍ରସଙ୍ଗରେ ବିତର୍କ ପାଇଁ ୧୬ ଘଣ୍ଟାର ସମୟ ଧାର୍ଯ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଥିବାରୁ ଆସନ୍ତା ସପ୍ତାହ ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।
 
ବିତର୍କ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ ଜବାବ ରଖିବେ ।

By Nirvay

Leave a Reply

Your email address will not be published. Required fields are marked *