ରେଲୱେ ଷ୍ଟେସନର ପାର୍କିଂ ଫି ବଢ଼ାଇଲା ଯାତ୍ରୀଙ୍କ ଚିନ୍ତା। ଭୁବନେଶ୍ବର ରେଳ ଷ୍ଟେସନରେ ରାତି ଅଧିଆ ବଢ଼ିଲା ପାର୍କିଂ ଫି। ପୂର୍ବରୁ ବାଇକ୍ ପାର୍କିଂ ଫି ୨୪ ଘଣ୍ଟା ପାଇଁ ୧୨ ଟଙ୍କା ଥିବା ବେଳେ ଏବେ ତାହା ୯୪ ଟଙ୍କାରେ ପହଞ୍ଚିଛି। ସେହିପରି ସାଇକେଲ ପାର୍କିଂ ଫି ଦିନକ ପାଇଁ ୫ ଟଙ୍କା ଥିବା ବେଳେ ଏବେ ତାହା ୫୫ ଟଙ୍କାରେ ପହଞ୍ଚିଛି। ଏ ନେଇ ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ବର ରେଳ ଷ୍ଟେସନର ପାର୍କିଂ ଟାରିଫ୍ ଏଭଳି ଧାର୍ଯ୍ୟ ହୋଇଛି। ତେବେ ହଠାତ୍ ଫାର୍କିଂ ଦର ୮ ଗୁଣ ବୃଦ୍ଧି ହୋଇଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସୂଚନା ଯୋଗ୍ୟ; ଭୁବନେଶ୍ବର ରେଳ ଷ୍ଟେସନର ପାର୍କିଂ ଟାରିଫ୍ ଅନୁସାରେ ଦୁଇ ଘଣ୍ଟା ବାଇକ୍ ପାର୍କିଂ କଲେ ଗଣିବାକୁ ପଡ଼ିବ ୧୨ ଟଙ୍କା। ୨ରୁ ୬ ଘଣ୍ଟା ଯଦି ପାର୍କିଂ କରୁଛନ୍ତି ତେବେ ଦେବାକୁ ହେବ ୨୪ ଟଙ୍କା। ଅନୁରୂପ ଭାବେ ୬ରୁ ୧୨ ଘଣ୍ଟା ପାଇଁ ୩୬ ଟଙ୍କା, ୧୨ରୁ ୨୪ ଘଣ୍ଟା ଯାଏଁ ଗାଡ଼ି ପାର୍କିଂ ସ୍ଥଳରେ ରହିଲେ ଦେବାକୁ ପଡ଼ିବ ୪୭ ଟଙ୍କା। ଯଦି ଗାଡ଼ିଟି ୨୪ ଘଣ୍ଟାରୁ ଅଧିକ ସମୟ କିମ୍ବା ଗୋଟିଏ ଦିନ ରହିବ ତାହା ୯୪ ଟଙ୍କା ପାର୍କିଂ ଫି ବାବଦରେ ଦେବାକୁ ପଡ଼ିବ । Post navigation ଆସନ୍ତା ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା; ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର G7 ସମିଟ୍ ପରେ ଡୋନାଲ୍ଡ ଟ୍ରମ୍ପ୍ଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ ମୋଦି