Pariksha Pe Charcha 2025-PM Modi's tips on stress

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ପେ’ ଚର୍ଚ୍ଚାର ଅଷ୍ଟମ ସଂସ୍କରଣରେ ଆଜି ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ସହ ପରୀକ୍ଷା ପ୍ରସ୍ତୁତି, ଚାପ ପରିଚାଳନା ଏବଂ ବ୍ୟକ୍ତିଗତ ଅଭିବୃଦ୍ଧି ବିଷୟରେ ଆଲୋଚନା କରିଛନ୍ତି ।

ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କରି ଲେଖିବା ଅଭ୍ୟାସ ଉପରେ ଗୁରୁତ୍ୱ ଦେଇଛନ୍ତି । ପରୀକ୍ଷା ବେଳେ କେମିତି ଛାତ୍ରଛାତ୍ରୀ ଚାପ ମୁକ୍ତ ହେବେ, ଶିକ୍ଷକ ଓ ଅଭିଭାବକ ଏଥିପ୍ରତି କିପରି ଯତ୍ନବାନ ହେବେ ଏସବୁ ବିଷୟରେ ମୋଦି ଆଲୋଚନା କରିଛନ୍ତି ।

ଛାତ୍ରଛାତ୍ରୀମାନେ କଠିନ ବିଷୟକୁ ପ୍ରତିବନ୍ଧକ ପରିବର୍ତ୍ତେ ଚ୍ୟାଲେଞ୍ଜ ଭାବେ ଦେଖି ଅଧିକ ସମୟ ଦେବା ଉଚିତ ।

ପିଲାଙ୍କ ସ୍ୱପ୍ନକୁ ବୁଝିବା, ସେମାନଙ୍କ ଶକ୍ତିକୁ ଚିହ୍ନିବା, ମାର୍ଗଦର୍ଶନ କରିବା ଏବଂ ସେମାନଙ୍କୁ ସମର୍ଥନ କରିବା ପାଇଁ ସେ ଅଭିଭାବକମାନଙ୍କୁ ଉତ୍ସାହିତ କରିଛନ୍ତି । ନିଜ ପିଲାଙ୍କୁ ଅନ୍ୟ ମାନଙ୍କ ସହ ତୁଳନା ନକରିବାକୁ ମୋଦି ଅଭିଭାବକମାନଙ୍କୁ ଅନୁରୋଧ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *