Parag Jain appointed new RAW chief
ଶନିବାର ଦିନ ବରିଷ୍ଠ ଆଇପିଏସ୍ ଅଧିକାରୀ ପରାଗ ଜୈନଙ୍କୁ ଗୁଇନ୍ଦା ସଂସ୍ଥାର ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର ।
 
୧୯୮୯ ବ୍ୟାଚ୍ ର ପଞ୍ଜାବ କ୍ୟାଡରର IPS ଅଧିକାରୀ ହେଉଛନ୍ତି ପରାଗ ଜୈନ । ସେ ଜୁଲାଇ ପହିଲାରୁ ଦୁଇବର୍ଷ ପାଇଁ ଗୁଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ୍ ୱିଙ୍ଗ (R-AW) ର ମୁଖ୍ୟ ଭାବେ କାର୍ଯ୍ୟ କରିବେ । ସେ ବର୍ତ୍ତମାନ ଗୁଇନ୍ଦା ସଂସ୍ଥାର ମୁଖ୍ୟ ଥିବା ରବି ସିହ୍ନାଙ୍କ ସ୍ଥାନ ନେବେ । ରବି ସିହ୍ନାଙ୍କ କାର୍ଯ୍ୟକାଳ ଜୁନ୍ ୩୦ ରେ ଶେଷ ହେଉଛି ।
 
ଅପରେସନ ସିନ୍ଦୂରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ ପରାଗ ଜୈନ । ପରାଗ ଜୈନ ବର୍ତ୍ତମାନ ବିମାନ ଗବେଷଣା କେନ୍ଦ୍ରର ନେତୃତ୍ୱ ନେଉଛନ୍ତି ।  ଯାହା ‘ଅପରେସନ୍ ସିନ୍ଦୂର’ ସମୟରେ ପାକିସ୍ତାନୀ ସଶସ୍ତ୍ର ବାହିନୀର ଆଡ୍ଡା ଏବଂ ଆତଙ୍କବାଦୀ ଶିବିର ବିଷୟରେ ଗୁପ୍ତ ସୂଚନା ସଂଗ୍ରହ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

By Nirvay

Leave a Reply

Your email address will not be published. Required fields are marked *