ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର । ମହିଳା ଏବଂ ଶିଶୁ ସୁରକ୍ଷାକୁ ନେଇ ରାଜ୍ୟରେ ବାରମ୍ବାର ବିଭିନ୍ନ ଘଟଣାମାନ ସାମ୍ନାକୁ ଆସୁଥିବା ବେଳେ ସରକାରଙ୍କ ବଡ ପଦକ୍ଷେପ ନେଇଛନ୍ତି। ଏ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ସହ ବୈଠକ ପରେ ପାରା ଲିଗାଲ ଭଲ୍ୟୁଣ୍ଟର ନିଯୁକ୍ତିକୁ ନେଇ ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ । ବୈଠକରେ ଆଇନ ମନ୍ତ୍ରୀ, ଲିଗାଲ ସର୍ଭିସ ଅଥରିଟିର ଅଧିକାରୀ ଉପସ୍ଥିତ ଥିଲେ । ଆଇନ୍ ମନ୍ତ୍ରୀ କହିଛନ୍ତି ମହିଳା ଓ ଶିଶୁ ସୁରକ୍ଷା ନେଇ ପ୍ରତି ପଞ୍ଚାୟତରେ ପାରା ଲିଗାଲ ଭଲ୍ୟୁଣ୍ଟର ନିଯୁକ୍ତ ହେବେ। ଗାଁର ସାଧାରଣ ଓ ଜନଜାତି ପରିବାରଙ୍କୁ ନ୍ୟାୟିକ ଅଧିକାର ପାଇଁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ନିର୍ଯାତନାର ଶିକାର ହେଲେ ପ୍ରଥମେ ପାରା ଲିଗାଲ ଭଲ୍ୟୁଣ୍ଟରଙ୍କୁ ଜଣାଇବେ । ପୀଡ଼ିତାଙ୍କୁ ପ୍ରାରମ୍ଭିକ ନ୍ୟାୟିକ ସାହାଯ୍ୟ କରିବେ ପାରା ଲିଗାଲ ଭଲ୍ୟୁଣ୍ଟର । ନ୍ୟାୟିକ ଦିଗ ନେଇ ଭଲ୍ୟୁଣ୍ଟର ପୀଡ଼ିତାଙ୍କୁ ସାହାଯ୍ୟ କରିବେ । ସେମାନେ ସମସ୍ୟାକୁ ଥାନା ଏବଂ କୋର୍ଟ ପର୍ଯ୍ୟନ୍ତ ପହଞ୍ଚାଇବେ । ଏହା ସହ ମହିଳାଙ୍କୁ ସଚେତନ କରାଯିବ, ଅଙ୍ଗନବାଡ଼ି କର୍ମୀଙ୍କୁ ସାମିଲ୍ କରାଯିବ । Post navigation ନବୀନଙ୍କ ସହ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ପ୍ରଧାନମନ୍ତ୍ରୀ ମୋଦି ଏଣିକି ୩୦ ଦିନ ଜେଲ୍ରେ ରହିଲେ ଯିବ ମନ୍ତ୍ରୀ ପଦ