ଆସନ୍ତା ଜାନୁୟାରୀ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ । ଏହି ସମ୍ମିଳନୀରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ର ସରକାରଙ୍କୁ ବହୁ ମନ୍ତ୍ରୀଗଣ ଏବଂ ଉଚ୍ଚ ପଦାଧିକାରୀମାନେ ସାମିଲ ହେବେ । ଏହା ସହ ପ୍ରାୟ ୭ ହଜାର ପ୍ରବାସୀ ଭାରତୀୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଭୁବନେଶ୍ୱର ସହର ସୌନ୍ଦର୍ଯ୍ୟ କରଣ କରାଯାଉଥିବାବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏଥି ମଧ୍ୟରେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଭଣ୍ତୁର କରିବାକୁ ପ୍ରୟାସ କରିଛି ଗୁରୁପତୱନ୍ତ ସିଂ ପନ୍ନୁମ । ଓଡ଼ିଆ ଦୈନିକ ନିର୍ଭୟ ସମେତ ଏକାଧିକ ସାମ୍ୱାଦିକଙ୍କୁ ମେଲ୍ ଜରିଆରେ ଧମକ ଆସିଛି ।ଏହା ସହ ଭିଡିଓ ମାଧ୍ୟମରେ ଧମକ ପୂର୍ଣ୍ଣ ମେଲ୍ ମଧ୍ୟ ଦେଇଛି ପନ୍ନୁ । ଆଜି ଓଡ଼ିଆ ଦୈନିକ ଖବର କାଗଜ ନିର୍ଭୟର ମେଲ୍ ଆକାଉଣ୍ଟକୁ ସକାଳ ୭ଟା ୨ ମିନିଟ୍ ସମୟରେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକ ପୂର୍ଣ୍ଣ ଭିଡ଼ିଓ ବାର୍ତ୍ତା ଆସିଛି । ଯେଉଁଥିରେ ପ୍ରବାସୀ ଭାରତୀୟ ମୃତ୍ୟୁ ଦିବସ, ଆତଙ୍କ ଦିବସ ବୋଲି କହିଛି । ଏହା ସହିତ ମନ୍ଦିର ମାଳିନୀ ସହର ଭୁବନେଶ୍ୱର ଆତଙ୍କବାଦୀର ସହର ବୋଲି କୁହାଯାଇଛି । ଏହା ପୂର୍ବରୁ ଗତ ନଭେମ୍ବର ସର୍ବଭାରତୀୟ ପୋଲିସ ଡିଜି ସମ୍ମିଳନୀ ପୂର୍ବରୁ ମଧ୍ୟ ବଶିଷ୍ଠ ସାମ୍ୱାଦିକ ନବିନ ଦାସଙ୍କ ସମେତ ବିଭିନ୍ନ ସାମ୍ବାଦିକ ଓ ସାମ୍ୱାଦିକ ସଂଗଠନକୁ ଧମକ ପୂର୍ଣ୍ଣ ମେଲ୍ ଆସିଥିଲା । ଡିଜିପି ସମ୍ମିଳନୀକୁ ଭଣ୍ତୁର କରିବାକୁ ଧମକ ଦେଇଥିଲା । Post navigation ରାଜ୍ୟରେ ନିର୍ମାଣ ହେବ ୨୬୦୦ କିମି ଲମ୍ବ ବିଶିଷ୍ଟ ଗ୍ରାଣ୍ଡ ରିଂ ରୋଡ୍ ଶପଥ ନେଲେ ନୂଆ ରାଜ୍ୟପାଳ ହରି ବାବୁ କମ୍ଭମ୍ପତି