ନିର୍ବାଚନ ପ୍ରଚାର ପାଇଁ ବିଜୁ ଜନତା ଦଳ ଖର୍ଚ୍ଚ କରିଛି ୨୭୭ କୋଟି ଟଙ୍କା । ଏହା କେତେ ସତ ବା ମିଛ ତାହା ଲୋକେ ଆନ୍ଦାଜର ସହ କହିପାରିବେ । ଏହି ତଥ୍ୟ ବିଜଦ ପକ୍ଷରୁ ଦିଆଯାଇଛି ଭାରତର ନିର୍ବାଚନ କମିଶନଙ୍କୁ । ଯାହା ଏବେ ସାର୍ବଜନୀନ ହୋଇଛି । ତେବେ ନିର୍ବାଚନ ଖର୍ଚ୍ଚ ଯେତିକି ବିତର୍କ ସୃଷ୍ଟି କରିବ ନାହିଁ, ତା’ଠୁ ଅଧିକ ବିତର୍କର ଝଡ଼ ସୃଷ୍ଟି କରିବାକୁ ଯାଉଛି ହେଲିକପ୍ଟର ବ୍ୟବହାର। ପୁଣିଥରେ ଭିକେ ପାଣ୍ଡିଆନ ଟାଣିହୋଇ ଆସିଛନ୍ତି ବିବାଦ ଭିତରକୁ। ଏପ୍ରିଲ ୨୨ ତାରିଖଠାରୁ ମେ’୩୦ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର କରିଥିଲା ବିଜବ। ଏହି ତଥ୍ୟ ମଧ୍ଯ ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କୁ ଏଥିପାଇଁ ଦିଆଯାଇଛି ଯେ, ଏହି ପ୍ରଚାରରେ କେତେ ଅର୍ଥ ଖର୍ଚ୍ଚ କରାଯାଇଛି ହେଲିକପ୍ଟର ଓ ବିମାନ ବାବଦରେ । ଏହି ଖର୍ଚ ମଧ୍ୟ ବିବାଦ ପରିସରଭୁକ୍ତ ନୁହେଁ । କିନ୍ତୁ ପାଖାପାଖ ୩୮ ଦିନରେ ୨୩୨ ଥର ହେଲିକପ୍ଟର ଓ ବିମାନ ବ୍ୟବହାର କରିଛି ବିଜଦ । ବିମାନ ଭଡ଼ାଣ ସଂଖ୍ୟା କମ । ୯୭ ପ୍ରତିଶତ ପ୍ରଚାରରେ ସହାୟତା ନିଆଯାଇଛି ହେଲିକପ୍ଟରର । ୨୩୨ ଭିତରୁ ନବୀନ ପଟ୍ଟନାୟକ ୧୧ ଥର ଏକାକୀ ପ୍ରଚାରକୁ ଯାଇଛନ୍ତି । ସେତେବେଳେ ବିମାନ ବ୍ୟବହୃତ ହୋଇଛି । ଦଳର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ୭ ଥର ହେଲିକପ୍ଟର ବ୍ୟବହାର କରିଛନ୍ତି ପ୍ରଚାରରେ । ତାରକା ପ୍ରଚାରକ ୪ଜଣ ବିଜଦ ନେତାଙ୍କ ଭିତରୁ ବବିଙ୍କ ବାଦ ଏକମାତ୍ର ଭାଗ୍ୟବାନ ପ୍ରଚାରକ ହେଲେ ଅତନୂ ସବ୍ୟସାଚୀ ନାୟକ । ସେ ୩ଥର ବ୍ୟବହାର କରିଛନ୍ତି ହେଲିକପ୍ଟର। ଏକ ମିଡ଼ିଆ ଟିମ୍ ପାଇଁ ହେଲିକପ୍ଟର ବ୍ୟବହୃତ ହୋଇଛି। ଏହି ଟିମ ଓଡ଼ିଶାର ନା ରାଜ୍ୟ ବାହାରର ତାହା ମଧ୍ୟ ବିଚାର୍ଯ୍ୟ। କିନ୍ତୁ ୨୦୯ ଥର ଭିକେ ପାଣ୍ଡିଆନ ହେଲିକପ୍ଟର ବ୍ୟବହାର କରିଛନ୍ତି ପ୍ରଚାରରେ । ସେଥୁମଧ୍ଯରୁ ୫୨ ଥର ଭିକେ ପାଣ୍ଡିଆନଙ୍କ ସହ ଯାଇଛନ୍ତି ନବୀନ ପଟନାୟକ । ଏକାକୀ ୧୫୭ ଥର ହେଲିକପ୍ଟର ନେଇ ୧୪୭ଟି ବିଧାନସଭା ଆସନ ପାଇଁ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ। ପ୍ରଶ୍ନ ଉଠୁଛି ଯେ, ୪୦ ଜଣିଆ ତାରକା ପ୍ରଚାରକ ତାଲିକା କ’ଣ ପାଇଁ ବିଜଦ ନିର୍ବାଚନ କମିଶନଙ୍କୁ ଦେଇଥିଲା ? ଯଦି ୪ଜଣଙ୍କ ଭିତରେ ପ୍ରଚାର ସରିଗଲା, ତେବେ ଅନ୍ୟ ୩୬ଜଣ ନେତା ମୁତ୍ଫରକା ହୋଇଗଲେ କାହିଁ କି ? ଏବେ ବିବାଦଟି ହେଉଛି ପାଣ୍ଡିଆନଙ୍କୁ ନେଇ । ୨୦୯ ଥର ହେଲିକପ୍ଟର ଯାତ୍ରା କରିଛନ୍ତି ପାଣ୍ଡିଆନ ପ୍ରଚାର କରିବାକୁ । ଏଥି ମଧ୍ୟରୁ ୧୫୭ ଥର କେବଳ ଯାଇଛନ୍ତି ସେ। ଏମିତି ଅବସ୍ଥା କାହିଁକି ? ଯଦି ପାଣ୍ଠିଆନ ଏକମାତ୍ର ତାରକା ପ୍ରଚାରକ ଭାବେ ପ୍ରଚାରର ମଙ୍ଗ ଧରିଥିଲେ ତେବେ ଦଳର ବିପର୍ଯ୍ୟୟ ପାଇଁ ଏପର୍ଯ୍ୟନ୍ତ ବିଜଦ ନେତାମାନେ କାହିଁକି ତାଙ୍କୁ ଦାୟୀ କରୁନାହାଁନ୍ତି ? Post navigation ଗୋଟିଏ ହୁଇସିଲରେ ଭାଙ୍ଗିଯିବ ବିଜେଡି: ଜୟନାରାୟଣ ମିଶ୍ର ମୋହନ ସଂକେତ; ଏବେ ତ ଟ୍ରେଲର, ଆଗକୁ ଫିଲ୍ମ