ଭାରତ ପାଇଁ ଆକାଶ ସୀମା କଟକଣା ବଢ଼ାଇଲା ପାକିସ୍ତାନ । ଭାରତୀୟ ବିମାନକୁ ପାକିସ୍ତାନ ଉପର ଦେଇ ଉଡ଼ାଣ ମନା । ଆଉ ମାସକ ପାଇଁ ଆକାଶ ସୀମା କଟକଣା ବଢ଼ାଇଲା ପାକିସ୍ତାନ । ଅସ୍ତ୍ରବିରତି ଭିତରେ କଟକଣା ବଳବତ୍ତର ରଖିଲା ପାକିସ୍ତାନ । ଭାରତୀୟ ବିମାନକୁ ପାକିସ୍ତାନ ଉପର ଦେଇ ଉଡ଼ାଣ ମନା ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଦ୍ୱାରା ନିଆଯାଇଥିବା ପଦକ୍ଷେପ ପରେ ପାକିସ୍ତାନ ଗତ ମାସରେ ଭାରତ ପାଇଁ ତାର ଆକାଶ ମାର୍ଗକୁ ନିଷିଦ୍ଧ କରିଥିଲା। ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ (ICAO) ନିୟମ ଅନୁଯାୟୀ, ଏକ ମାସରୁ ଅଧିକ ସମୟ ପାଇଁ ଆକାଶ ମାର୍ଗ ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ ବୋଲି ୨୩ ମଇ ପର୍ଯ୍ୟନ୍ତ ଏହି ନିଷେଧ ଜାରି କରାଯାଇଥିଲା। କିନ୍ତୁ ଏହାକୁ ବୃଦ୍ଧି କରାଯାଇଥିବା ଜଣାପଡିଛି ।

ସୂଚନା ଯୋଗ୍ୟ; ୨୨ ଏପ୍ରିଲରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଭାରତ ମେ ୭ ତାରିଖରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଭିତ୍ତିଭୂମି ଉପରେ ‘ଅପରେସନ୍ ସିନ୍ଦୂର’ ଅଧୀନରେ ପ୍ରତ୍ୟକ୍ଷ ଆକ୍ରମଣ କରିବା ପରେ ଦୁଇ ପଡ଼ୋଶୀ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଭାରତର ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ଉଭୟ ଦେଶ ଉଭୟ ଦେଶ ଉପରେ ବିଭିନ୍ନ ପ୍ରକାର କଟକଣା ଲଗାଇଥିଲେ। ଆଉ ଭାରତ-ପାକିସ୍ତାନ ଅସ୍ତ୍ରବିରତି ହେବା ପରେ ମଧ୍ୟ ସେହି କଟକଣା ସବୁ ବଳବତ୍ତର ରହିଛି।

Leave a Reply

Your email address will not be published. Required fields are marked *