ବିଏସଏଫ କନଷ୍ଟେବଲଙ୍କୁ ଛାଡ଼ିଲା ପାକିସ୍ତାନ । ୨୦ ଦିନ ପରେ ସ୍ବଦେଶ ଫେରିଲେ ପାକିସ୍ତାନୀଙ୍କ ହେପାଜତରେ ଥିବା ବିଏସଏଫ ଯବାନ । ଅଟାରି-ୱାଘା ସୀମା ଦେଇ ଭାରତ ଫେରିଲେ ଯବାନ। ଭୁଲ୍‌ବଶତଃ ସୀମା ଅତିକ୍ରମ କରିଥିବାରୁ ଅଟକ ରଖିଥିଲା ପାକିସ୍ତାନ ।

ସୂଚନା ଯୋଗ୍ୟ; ପଞ୍ଜାବର ଫିରୋଜପୁର ସେକ୍ଟରର ବିଏସଏଫ ୧୮୨ ତମ ବାଟାଲିୟନରେ ନିଯୁକ୍ତ ଥିଲେ ୪୦ ବର୍ଷିୟ ପୂର୍ଣ୍ଣମ କୁମାର ଏପ୍ରିଲ ୨୩ ତାରିଖରେ ଅସାବଧାନତାବଶତଃ ଅନ୍ତର୍ଜାତୀୟ ସୀମା ପାର୍ କରିଯାଇଥିଲେ । ପରେ ପାକିସ୍ତାନ ରେଞ୍ଜର୍ସଙ୍କ ଦ୍ବାରା ତାଙ୍କୁ ଅଟକ ରଖାଯାଇଥିଲା । ସେ ସେଦିନ ୟୁନିଫର୍ମ ପିନ୍ଧିଥିଲେ ଏବଂ ତାଙ୍କ ପାଖରେ ସର୍ଭିସ ରାଇଫଲ ଥିଲା । ଗତ ୨୧ ଦିନ ଭିତରେ ପିକେ ସା’ଙ୍କୁ ଛାଡ଼ିବା ପାଇଁ ବିଏସ୍‌ଏଫ୍‌ ଅଧିକାରୀମାନେ ଅନେକ ଥର ଫ୍ଲାଗ୍‌ ମିଟିଂ କରିଛନ୍ତି କିନ୍ତୁ ପାକ୍‌ ତରଫରୁ କୌଣସି ଉତ୍ତର ଆସିନଥିଲା । ଏବେ ମୁକ୍ତ କରିଛି ପାକିସ୍ତାନ ରେଞ୍ଜର୍ସ ।

Leave a Reply

Your email address will not be published. Required fields are marked *