ଚାମ୍ପିଅନ୍ସ ଟ୍ରଫିରେ ଆତଙ୍କୀ ହାମ୍‌ଲା ନେଇ ସତର୍କତା । ପୁଣି ପାକିସ୍ତାନରେ ସୁରକ୍ଷିତ ମ୍ୟାଚ ନେଇ ଦେଖାଦେଇଛି ସସ୍‌ପେନ୍ସ । ଦୀର୍ଘ ୨୯ ବର୍ଷ ପରେ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରୁଥିବା ବେଳେ ଖେଳ ଦେଖିବାକୁ ଆସିବାକୁଥିବା ବିଦେଶୀ କ୍ରିକେଟ ପ୍ରେମୀଙ୍କୁ ଅପହରଣ ଯୋଜନା କରାଯାଇଥିବା ନେଇ ସତର୍କ କରାଇଲା ପାକିସ୍ତାନ ଗୁଇନ୍ଦା ବିଭାଗ । ଆଇଏସ୍‌ ଆତଙ୍କୀ ଏପରି ଯୋଜନା କରୁଥିବା ସୂଚନା ।

ପାକିସ୍ଥାନୀ ଗୁଇନ୍ଦା ବିଭାଗ ପକ୍ଷରୁ ଜାରି କରାଯାଇଥିବା ସତର୍କ ଅନୁଯାୟୀ ଆତଙ୍କବାଦୀ ସଂସ୍ଥା ଇସ୍ଲାମିକ ଷ୍ଟେଟ ଖୁରସାନ ପ୍ରୋଭିନ୍ସ (ISKP), ଚାମ୍ପିଅନ୍ସ ଟ୍ରଫି ଦେଖିବାକୁ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କୁ ଅପହରଣ କରିବାକୁ ଯୋଜନା କରୁଛି । ଚୀନ ଓ ଆରବ ଦେଶୀୟ ପର୍ଯ୍ୟଟକଙ୍କୁ ଇସଲାମିକ ଷ୍ଟେଟ ଖୁରାସାନ ପ୍ରାନ୍ତ(ISKP) ଠାରୁ ବେଶୀ ବିପଦ ରହିଛି । ବିଦେଶୀ ପର୍ଯ୍ୟଟକଙ୍କୁ ଅପହରଣ କରି ସେମାନଙ୍କ ଠାରୁ ଟଙ୍କା ହାତେଇବା ପାଇଁ ଯୋଜନା କରୁଛି ଆତଙ୍କବାଦୀ ସଂସ୍ଥା ।

ଏହି ଆତଙ୍କବାଦୀ ମାନେ ସହର ବାହାରେ ଥିବା ଘର ଗୁଡିକୁ ସୁରକ୍ଷିତ ଘର ଭାବେ ଅଭିହିତ କରି ବିଦେଶୀ ମାନଙ୍କୁ ଭଡା ଦେବା ପାଇଁ ଯୋଜନା କରୁଛନ୍ତି । ଏହି ସ୍ଥାନ ଗୁଡିକରେ ସିସି ଟିଭି ବ୍ୟବସ୍ଥା ନଥିବା ବେଳେ କେବଳ ମୋଟର ସାଇକଲ ଓ ରିକ୍ସା ସାହାଯ୍ୟରେ ଏଠାରେ ପହଞ୍ଚି ହେବ ।

ଏହି ଆତଙ୍କୀ ସଂଗଠନ ବିଶେଷ ଭାବେ ଚୀନ ଏବଂ ଆରବ ନାଗରିକଙ୍କୁ ଟାର୍ଗେଟ କରିଥାଏ । ଏହାପୂର୍ବରୁ ପାକିସ୍ତାନରେ ଶ୍ରୀଲଙ୍କା ଖେଳିବାକୁ ଯାଇଥିବା ବେଳେ ଆତଙ୍କୀ ହମଲା ହୋଇଥିଲା । ଯେଉଁଥି ପାଇଁ ପାକିସ୍ତାନରେ ଅନେକ ବର୍ଷ ଧରି ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ବନ୍ଦ ରହିଥିଲା ।

Leave a Reply

Your email address will not be published. Required fields are marked *