ଟି ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନର ଅଂଶଗ୍ରହଣ ନେଇ ସସ୍‌ପେନ୍ସ ଜାରି ରହିଛି। ଟି-୨୦ ବିଶ୍ୱକପ୍-୨୦୨୬ ଫେବ୍ରୁଆରି ୭ ତାରିଖରେ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ମଧ୍ୟ ପାକିସ୍ତାନକୁ ନେଇ ସସପେନ୍ସ ଏବଂ ବିବାଦ ଉଭୟ ରହିଛି। ଏନେଇ ସୋମବାର ସୁଦ୍ଧା ନିଜର ଚୂଡ଼ାନ୍ତ ନିଷ୍ପତ୍ତି ଜଣାଇବ ପାକିସ୍ତାନ । ଏ ନେଇ ପାକ୍‌ ପ୍ରଧାନମନ୍ତ୍ରୀ ସେହବାଜ ସରିଫ୍‌ଙ୍କୁ ଭେଟିବା ପରେ ପିସିବି ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

ସୋମବାର ଦିନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ ସାକ୍ଷାତ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ ନକଭି ନିଶ୍ଚିତ କରିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ୍ ସମ୍ଭାବ୍ୟ ବୟକଟ୍ ସମ୍ପର୍କରେ “ସମସ୍ତ ବିକଳ୍ପ” ଏବେ ବି ଜାରି ରହିଛି। ପ୍ରାୟ ୩୦ ମିନିଟ୍ ଧରି ହୋଇଥିବା ଏକ ବୈଠକରେ ନକଭି କହିଛନ୍ତି ଯେ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏହି ବିଷୟରେ ଅବଗତ କରାଇଛନ୍ତି ଏବଂ ଶୁକ୍ରବାର, ଜାନୁଆରୀ ୩୦ କିମ୍ବା ସୋମବାର, ଫେବୃଆରୀ ୨ ସୁଦ୍ଧା ନିଷ୍ପତ୍ତି ନେବା ପାଇଁ ଏକ ପାରସ୍ପରିକ ସହମତି ହୋଇଛି। ଭାରତ ଯାତ୍ରା କରିବାକୁ ମନା କରିବାରୁ ଆଇସିସି ବାଂଲାଦେଶକୁ ଟୁର୍ଣ୍ଣାମେଣ୍ଟରୁ ବାହାର କରିଦେବା ପରେ ଟି୨୦ ବିଶ୍ୱକପରେ ପାକିସ୍ତାନର ଅଂଶଗ୍ରହଣ ଅନିଶ୍ଚିତ।

ଅନ୍ୟପଟେ ପିସିବି ବିଶ୍ୱକପ୍ ପାଇଁ ନିଜର ଦଳ ତ ଘୋଷଣା କରିସାରିଛି, କିନ୍ତୁ ଟୁର୍ଣ୍ଣାମେଣ୍ଟ ଖେଳିବା ନେଇ ଏବେ ବି ମଉନ ରହିଛି। ସୋମବାର ଦିନ ପିସିବି ମୁଖ୍ୟ ମୋହସିନ ନକଭି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ଭେଟି ଏହି ବିଷୟରେ ଆଲୋଚନା କରିଛନ୍ତି। ତଥାପି କୌଣସି ନିଷ୍କର୍ସ ବାହାରି ପାରିନାହିଁ। ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ସେମାନଙ୍କ ପାଇଁ ସବୁ ବିକଳ୍ପ ଖୋଲା ଅଛି ଏବଂ ଆସନ୍ତା ଶୁକ୍ରବାର କିମ୍ବା ସୋମବାର ସୁଦ୍ଧା ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସୂଚନା ଯୋଗ୍ୟ; ୨୦୨୬ ଟି୨୦ ବିଶ୍ୱକପ୍ ରୁ ବାଂଲାଦେଶକୁ ବାଦ ଦେବା ପାଇଁ ଆଇସିସିର ନିଷ୍ପତ୍ତି ପରେ ବିବାଦ ଆରମ୍ଭ ହୋଇଥିଲା। ପାକିସ୍ତାନ ଏହି ନିଷ୍ପତ୍ତିର ପ୍ରତିବାଦ କରିଥିଲା ଏବଂ ଟୁର୍ଣ୍ଣାମେଣ୍ଟ ବର୍ଜନ କରିବାକୁ ମଧ୍ୟ ଧମକ ଦେଇଥିଲା।

Leave a Reply

Your email address will not be published. Required fields are marked *