ଅବିବାହିତ ଦମ୍ପତିଙ୍କୁ ଓୟୋ ଯିବା ମନା । ଏହି ବଡ଼ ଘୋଷଣା କରିଛି ଓୟୋ। ଗ୍ରାଉଣ୍ଡରୁ ମିଳିଥିବା ରିପୋର୍ଟ ଆଧାରରେ ଓୟୋ ନେଇଛି ନିଷ୍ପତ୍ତି । କମ୍ପାନୀ ତା’ର ଚେକ-ଇନ୍ ନିୟମରେ ବଡ଼ ପରିବର୍ତ୍ତନ କରିବା ସହ ହୋଟେଲରେ ଏହାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନୂଆ ଅନୁସାରେ ଉତ୍ତର ପ୍ରଦେଶ ମିରଟରେ ଅବିବାହିତ ଯୋଡ଼ିଙ୍କୁ ଓୟୋ ମନା ହୋଇଛି । ଏହି ବ୍ୟବସ୍ଥାକୁ ଅନ୍ୟାନ୍ୟ ସହରରେ ପହଞ୍ଚାଇବାକୁ କର୍ତ୍ତୃପକ୍ଷଙ୍କ ଯୋଜନା କରାଯାଇଥିବା ସୂଚନା ମିଳିଛି ।

କମ୍ପାନୀ ପକ୍ଷରୁ କୁହାଯାଇଛି, ସମସ୍ତଙ୍କ ବ୍ୟକ୍ତିଗତ ସ୍ବାଧୀନତାକୁ ସମ୍ମାନ କରାଯାଉଛି କିନ୍ତୁ ସମାଜ ପାଇଁ କିଛି କର୍ତ୍ତବ୍ୟ ମଧ୍ୟ ରହିଛି । କୌଣସି ଓୟୋ ହୋଟେଲରେ ଚେନ୍-ଇନ୍ କରିବା ସମୟରେ ଜଣେ ଦମ୍ପତି ସେମାନଙ୍କ ସମ୍ପର୍କର ଉପଯୁକ୍ତ ପ୍ରମାଣପତ୍ର ଦେଖାଇବାକୁ ବାଧ୍ୟ । ଏଣିକି କେବଳ ବିବାହିତ ଦମ୍ପତିଙ୍କୁ ଚେକ୍-ଇନର ଅନୁମତି ମିଳିବ । ଅବିବାହିତ ଦମ୍ପତିଙ୍କୁ ହୋଟେଲରେ ଚେକ୍-ଇନ୍ କରିବା ପାଇଁ ଅନୁମତି ମିଳିବନି । ଅନଲାଇନ୍ ବୁକ ବେଳେ ମଧ୍ୟ ଏହି ନିୟମ ଲାଗୁ ହେବ । କମ୍ପାନୀ ମିରଟରେ ଏହି ନୂଆ ନିୟମ ଆରମ୍ଭ କରିଦେଇଛି । ଯଦି ଏଠାରେ କମ୍ପାନୀକୁ ଭଲ ଫିଡବ୍ୟାକ ମିଳେ, ତାହେଲେ ଏହି ନିୟମକୁ ବାକି ସହର ଗୁଡ଼ିକରେ ଲାଗୁ କରିବା ଉପରେ ବିଚାର କରିବେ । ଧିରେ ଧିରେ ସାରା ଦେଶରେ ଏହି ନିୟମ ଲାଗୁ କରିବ କମ୍ପାନୀ ।

Leave a Reply

Your email address will not be published. Required fields are marked *