Oplus_131072

ଆସନ୍ତାକାଲି ଚାନ୍ଦବାଲି ବନ୍ଦ ଡାକରା ଦେଲେ ବିଜେଡି ଓ କଂଗ୍ରେସ । ସକାଳ ୬ରୁ ଦିନ ୧୨ଟା ଯାଏଁ ଚାନ୍ଦବାଲି ବ୍ଲକରେ ବନ୍ଦ ଡାକରା ଦିଆଯାଇଛି । ଏ ନେଇ ସୂଚନା ଦେଲେ ବିଧାୟକ ବ୍ୟୋମକେଶ ରାୟ, କଂଗ୍ରେସ ନେତା ଦିଗମ୍ବର ଦାସ । ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବା ଦାବିରେ ବନ୍ଦ ପାଳନ କରାଯିବ । ବନ୍ଦ ବେଳେ ବ୍ଲକର ସମସ୍ତ ଶିକ୍ଷାନୁଷ୍ଠାନ, ଦୋକାନ ବଜାର ଯାନବାହାନ ଚଳାଚଳ ବନ୍ଦ ରହିବ ।

ଅନ୍ୟପଟେ ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି । ଘଟଣା ଘଟିଥିବା ସ୍ଥାନରେ ରହିଥିବା ଜବର ଦଖଲକୁ ପ୍ରଶାସନ ଉଚ୍ଛେଦ କରିଛି । ସେପଟେ ରାମପାଲ୍ଲି ଗ୍ରାମରେ ଥିବା ଅଭିଯୁକ୍ତର ଘରକୁ ମହିଳାମାନେ ଭାଙ୍ଗିଛନ୍ତି । ସେହିପରି ଉତ୍ତ୍ୟକ୍ତ ସ୍ଥାନୀୟ ବାସିନ୍ଦା ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟର ତାଲା ଭାଙ୍ଗି ଘେରାଉ କରିଛନ୍ତି ।

ସୂଚନା ଯୋଗ୍ୟ; ଝିଅଟିର ବାପା ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ ମଙ୍ଗଳବାର ସନ୍ଧ୍ୟାରୁ ନିଖୋଜ ରହିଥିଲା।  ଘରକୁ ନାବାଳିକା ଫେରି ନଥିବା ବେଳେ ଚାରିଆଡ଼େ ଖୋଜିଥିଲେ ପରିବାର ଲୋକେ। ଏହା ପରେ ଏକ ଘନ ଜଙ୍ଗଲରୁ ୧୦ ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର କରାଯାଇଥିଲା। ଝିଅଟିକୁ ବଳାତ୍କାର ଏବଂ ହତ୍ୟା କରାଯାଇଥିଲା, ଏବଂ ଅପରାଧରେ ସମ୍ପୃକ୍ତ ଲୋକମାନେ ମୃତଦେହକୁ ବୁଦାରେ ଫିଙ୍ଗି ଦେଇଥିଲେ।

Leave a Reply

Your email address will not be published. Required fields are marked *