ଓଡ଼ିଶାର ରାଜନୈତିକ ଦୃଶ୍ୟପଟରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣି, ବିଜୁ ଜନତା ଦଳ ଏବଂ କଂଗ୍ରେସ ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଏକ ଅଭୂତପୂର୍ବ ମେଣ୍ଟ ଗଠନ କରିଛନ୍ତି। ଉଭୟ ଦଳର ଶୀର୍ଷ ନେତାଙ୍କ ଉପସ୍ଥିତିରେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଏବଂ ସର୍ବସମ୍ମତି ପ୍ରାର୍ଥୀ ଡକ୍ଟର ଦତ୍ତେଶ୍ୱର ହୋତା ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗୁରୁବାର ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ୩ୟ ଆସନ ପାଇଁ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଏବଂ ୪ର୍ଥ ସିଟ୍ ପାଇଁ କମନ୍ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସଂତୃପ୍ତ ଦୁଇଟି ଏବଂ ଦତ୍ତେଶ୍ୱର ହୋତା ତିନୋଟି ଲେଖାଏଁ ସେଟ୍ ପ୍ରାର୍ଥୀପତ୍ର ଭରିଛନ୍ତି । ସଂତୃପ୍ତ, ଦତ୍ତେଶ୍ବର ନାମାଙ୍କନ ଭରିବା ସମୟରେ ବିଜେଡି ଏବଂ କଂଗ୍ରେସର ସଦସ୍ୟମାନେ ଉପସ୍ଥିତ ଥିଲେ। ରିଟର୍ଣ୍ଣିଂଙ୍କ ଅଫିସରଙ୍କ ସମ୍ମୁଖ ଦୁଇ ବିରୋଧୀ ଦଳର ମୁଖ୍ୟ ପାଖାପାଖି ବସିଥିଲେ । ବିରୋଧି ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ, ପିସିସି ସଭାପତି ଭକ୍ତ ଚରଣ ଦାସ, ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଏବଂ ଦୁଇ ଦଳର ତମାମ ବିଧାୟକ ଗଣ ଉପସ୍ଥିତ ଥିଲେ । ପ୍ରଥମେ ସଂତୃପ୍ତ ଏବଂ ପରେ ଦତ୍ତେଶ୍ୱର ହୋତା ନାମାଙ୍କନ ଦାଖଲ କରିଛନ୍ତି । ଏହି ଅବସରରେ ସୁପ୍ରିମୋ ନବୀନ ପଟ୍ଟନାୟକ ଉଭୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବିଜୟ କାମନା କରିଛନ୍ତି । ଏହି ସମୟରେ ନବୀନଙ୍କୁ ସମ୍ଭାବ୍ୟ ମେଣ୍ଟ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରରେ ନବୀନ କହିଛନ୍ତି, ସମୟ କହିବ ଭବିଷ୍ୟତ। ସେହିପରି ସଂତୃପ୍ତ କହିଛନ୍ତି ଯେ ରାଜନୀତିରେ କେହି କାହାର ଶତ୍ରୁ ନୁହଁନ୍ତି କିନ୍ତୁ ମତ ପାର୍ଥକ୍ୟ ରହିଛି । ସେ ଆଗାମୀ ଦିନରେ ସମସ୍ତ ବିଧାୟକମାନଙ୍କ ସହିତ ବ୍ୟକ୍ତିଗତ ଆଲୋଚନା କରିବେ । ତେବେ ଦିଲ୍ଲୀପଙ୍କ ପ୍ରାର୍ଥୀତ୍ୱକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଯେ ଗଣତନ୍ତ୍ରରେ ଅନେକ ଲୋକ ଲଢ଼ିବା ସ୍ୱାଗତ ଯୋଗ୍ୟ । Post navigation Rajya Sabha Election: ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ନୀତିଶ କୁମାର Rajya Sabha Nominations: ବିରାଟ ପଟୁଆରାରେ ଆସି ନାମାଙ୍କନ ଭରିଲେ ମନମୋହନ ସାମଲ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟ