ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ସେ କହିଛନ୍ତି ଏବେବି ଅପରେସନ ସିନ୍ଦୂର ଜାରି ରହିଛି । ଭବିଷ୍ୟତରେ କୌଣସି ଅପରାଧ ଘଟାଇଲେ ଦୃଢ଼ତାର ସହ ଜବାବ ଦିଆଯିବ ।ଜାତୀୟସ୍ତରର ସମସ୍ତ ଷ୍ଟେକ୍ ହୋଲଡରଙ୍କ ସକ୍ରିୟ ଭୂମିକାକୁ ସ୍ବୀକାର କରୁଛି । CAPF, ଗୁଇନ୍ଦା ସଂସ୍ଥା, ନାଗରିକ ସଂସ୍ଥା, ରାଜ୍ୟ ପ୍ରଶାସନ ଏଥିରେ ଅନ୍ତର୍ଭୁକ୍ତ।

ସେ ଆଉ ମଧ୍ୟ କହିଛନ୍ତି ଅପରେସନ ସିନ୍ଦୂରରେ ୭ଟି ଆତଙ୍କୀ ଆଡ୍ଡାକୁ ସଫଳତାର ସହ ଧ୍ବଂସ କରିଥିଲୁ । ଗତବର୍ଷ ମେ ୭ରେ ମାତ୍ର ୨୨ ମିନିଟ୍‌ରେ ଆତଙ୍କୀ ଆଡ୍ଡା ଧ୍ବଂସ କରିଥିଲୁ ।ଅପରେସନ ସିନ୍ଦୂର ହେଉଛି ୩ ସେନା ସମନ୍ବୟର ଜ୍ବଳନ୍ତ ଉଦାହରଣ । ଏହା ପଛରେ ସ୍ପଷ୍ଟ ରାଜନୈତିକ ନିର୍ଦ୍ଦେଶ ମଧ୍ୟ କାର୍ଯ୍ୟ କରୁଥିଲା । ପଶ୍ଚିମ ସୀମାନ୍ତ ଓ ଜମ୍ମୁ-କାଶ୍ମୀରରେ ପରିସ୍ଥିତି ସମ୍ବେଦନଶୀଳ ରହିଛି । ମାତ୍ର ଏହା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ଭିତରେ ରହିଛି ।

ଉପେନ୍ଦ୍ର ଦ୍ୱିବେଦୀ ଆଉ ମଧ୍ୟ କହିଛନ୍ତି ୨୦୨୫ରେ ୩୧ ଆତଙ୍କୀଙ୍କୁ ନିପାତ କରାଯାଇଛି, ତନ୍ମଧ୍ୟରୁ ୬୫% ପାକିସ୍ତାନୀ ।ପହଲଗାମ୍ ଆକ୍ରମଣର ସମ୍ପୃକ୍ତ ୩ ଆତଙ୍କୀଙ୍କୁ ଅପରେସନ୍ ମହାଦେବରେ ନିପାତ । ସକ୍ରିୟ ସ୍ଥାନୀୟ ଆତଙ୍କବାଦୀଙ୍କ ସଂଖ୍ୟା ଏବେ ଏକ ଅଙ୍କରେ ରହିଛି । ଜମ୍ମୁ-କାଶ୍ମୀରରେ ବିକାଶ, ପର୍ଯ୍ୟଟନ ପରିବର୍ତ୍ତନ ସ୍ପଷ୍ଟ ସଙ୍କେତ ଦେଉଛି। ଅମରନାଥ ଯାତ୍ରାରେ ୪ ଲକ୍ଷରୁ ଅଧିକ ଯାତ୍ରୀ ଆସିଛନ୍ତି, ୫ ବର୍ଷରେ ସର୍ବାଧିକ । ପରିବର୍ତ୍ତନର ଥିମ୍ ଧୀରେ ଧୀରେ ଆତଙ୍କବାଦରୁ ପର୍ଯ୍ୟଟନ ଆଡ଼କୁ ଯାଉଛି।

ସେନା ମୁଖ୍ୟ କହିଛନ୍ତି ଯେ ମୋଟ ୮ଟି ଆତଙ୍କବାଦୀ ତାଲିମ ଶିବିର ଏବେ ବି ସକ୍ରିୟ ଅଛି। ଏଥିମଧ୍ୟରୁ ୨ଟି ଅନ୍ତର୍ଜାତୀୟ ସୀମାରେ ଏବଂ ୬ଟି ନିୟନ୍ତ୍ରଣ ରେଖା (LOC) ନିକଟରେ ଅବସ୍ଥିତ। ସେ କହିଛନ୍ତି ଯେ, ଗୁଇନ୍ଦା ସଂସ୍ଥାଗୁଡ଼ିକରୁ ମିଳିଥିବା ସୂଚନା ଆଧାରରେ, ସେନା ନିରନ୍ତର ସେମାନଙ୍କ ଉପରେ ନଜର ରଖିଛି। ତେବେ ଶିବିରଗୁଡ଼ିକରେ ୧୦୦-୧୫୦ ଆତଙ୍କବାଦୀ ରହିଥିବା ନେଇ ଜଣାପଡିଛି ।

ଜେନେରାଲ ଦ୍ୱିବେଦୀ ସ୍ପଷ୍ଟ ଭାବରେ କହିଥିଲେ ଯେ, ଯଦି ଏହି ଆତଙ୍କବାଦୀ ଆଡ୍ଡାଗୁଡ଼ିକରୁ କୌଣସି କାର୍ଯ୍ୟକଳାପ ଘଟେ, ତେବେ ଭାରତୀୟ ସେନା ପୁଣି ଥରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ବର୍ତ୍ତମାନ ଅପରେସନ ସିନ୍ଦୂର ଚାଲିଛି, ଏବଂ ସେନା ସମ୍ପୂର୍ଣ୍ଣ ସଜାଗ ଅଛି ।

Leave a Reply

Your email address will not be published. Required fields are marked *