only diwali is not the cause of pollution

ସବୁବର୍ଷ ଦୀପାବଳି ଆସିଲେ ପ୍ରଦୂଷଣ କଥା ମନେ ପଡ଼େ । ହେଲେ ବାସ୍ତବରେ ପ୍ରଦୂଷଣ ପାଇଁ କେବଳ ଦୀପାବଳି ଦାୟୀ ନୁହେଁ । ଏହା ପଛରେ ଅନେକ କାରଣ ରହିଛି । ଗାଡିମୋଟର ଚଳାଚଳ, ଟ୍ରାଫିକ ଜାମ, ଫ୍ୟାକ୍ଟ୍ରିରୁ ବାହାରୁଥିବା ଧୂଆଁ, କ୍ଷେତରେ ଜଳାହେଉଥିବା ଛଣରୁ ବାହାରୁଥିବା ଧୂଆଁ ମଧ୍ୟ ବାୟୁ ପ୍ରଦୂଷଣର ପ୍ରମୁଖ କାରଣ ।

ଅନ୍ୟପକ୍ଷରେ ଆଜିକାଲି ଇକୋ-ଫ୍ରେଣ୍ଡଲି ବାଣ ମଧ୍ୟ ମାର୍କେଟ୍କୁ ଆସିଲାଣି । ବାଣ ଯୋଗୁଁ ୩୦ରୁ ୪୦ ପ୍ରତିଶତ ପ୍ରଦୂଷଣ ହେଉଥିବା ବେଳେ ଏହା ଅଳ୍ପ ସମୟ ପର୍ଯ୍ୟନ୍ତ ରହିଥାଏ । ହେଲେ ବାୟୁମଣ୍ଡଳରେ ପୂର୍ବରୁ ଅନେକ ଧୂଳି ଧୂଆଁ ଭରି ରହିଛି । କିନ୍ତୁ ଆଲୋକର ଦୀପାବଳିକୁ ସମସ୍ତେ ଏଥିପାଇଁ ଦାୟୀ କରୁଛନ୍ତି ।

ପ୍ରାୟ ଅଧିକାଂଶ ଦେଶରେ ବର୍ତ୍ତମାନ ବାୟୁ ପ୍ରଦୂଷଣର ପରିମାଣ ବୃଦ୍ଧି ପାଇଛି । ସଭ୍ୟତାର ବିକାଶ ସଙ୍ଗେ ସଙ୍ଗେ କଳକାରଖାନା ସ୍ଥାପନ, ନିର୍ମାଣ କାର୍ଯ୍ୟ ଓ ଗାଡ଼ିମୋଟର ବ୍ୟବହାର କ୍ରମଶଃ ବୃଦ୍ଧି ପାଇଛି । ଏହା ହେଉଛି ବାୟୁ ପ୍ରଦୂଷଣର ମୁଖ୍ୟ କାରଣ । ଏଥିଯୋଗୁଁ ବାୟୁମଣ୍ଡଳରେ କାର୍ବନ ମନୋକ୍‌ସାଇଡ୍‌, ନାଇଟ୍ରୋଜେନ୍‌ ଅକ୍ସାଇଡ୍‌, ସଲ୍‌ଫର ଡାଇଅକ୍ସାଇଡ୍‌, ଓଜୋନ ଆଦି ଗ୍ୟାସର ପରିମାଣ ବଢ଼ୁଛି ଯାହା ମନୁଷ୍ୟ ସ୍ବାସ୍ଥ୍ୟ ପ୍ରତି ଅତି କ୍ଷତିକାରକ ।

ପ୍ରଦୂଷଣ ରୋକିବା ଦିଗରେ ଚଳଚ୍ଚିତ୍ର, ପଥପ୍ରାନ୍ତ ଯାତ୍ରା ବା ବିଭିନ୍ନ ମାଧ୍ୟମରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଏହାଦ୍ୱାରା ପ୍ରଦୂଷଣ କିଛିକାଂଶରେ କମ ହୋଇପାରିବ । ଏଥିପାଇଁ ପର୍ବପର୍ବାଣିକୁ ଦାୟୀ କରିବା ଯୁକ୍ତିଯୁକ୍ତ ନୁହେଁ ।

By Nirvay

Leave a Reply

Your email address will not be published. Required fields are marked *