ୱାନ୍‌ ନେସନ୍‌ ୱାନ୍‌ ପୋଲ୍‌କୁ ମିଳିଲା କେନ୍ଦ୍ର କ୍ୟାବିନେଟର ଅନୁମୋଦନ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ରିପୋର୍ଟକୁ ମିଳିଲା ଅନୁମୋଦନ ଦେଲେ କେନ୍ଦ୍ରକ୍ୟାବିନେଟ । ୱାନ୍‌ ନେସନ୍‌ ୱାନ୍‌ ପୋଲ୍‌ ପାଇଁ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ହୋଇଥିଲା । ଆଜି ଅନୁଷ୍ଠିତ ନରେନ୍ଦ୍ର ମୋଦି ସରକାରଙ୍କ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା, ଯାହାକୁ କ୍ୟାବିନେଟ ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଛି।

ସୂଚନା ମୁତାବକ; ଗୋଟିଏ ଦେଶ- ଗୋଟିଏ ନିର୍ବାଚନ ସମ୍ପର୍କରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ୨, ୨୦୨୩ ରେ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟି ଚଳିତ ବର୍ଷ ମାର୍ଚ୍ଚ ୧୪ ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ କରିଥିଲା। ଏଥିରେ ସମସ୍ତ ରାଜ୍ୟର ବିଧାନସଭା ସଭାର କାର୍ଯ୍ୟକାଳ ୨୦୨୯ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଥିଲା, ଯାହା ଦ୍ୱାରା ଆସନ୍ତା ଲୋକସଭା ନିର୍ବାଚନ ସହିତ ସେମାନଙ୍କ ନିର୍ବାଚନ ମଧ୍ୟ ହୋଇପାରିବ। ଏହି ରିପୋର୍ଟ ଅନୁସାରେ ଏଣିକି ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହେବ।

 

Leave a Reply

Your email address will not be published. Required fields are marked *