୫ ଦିନ ପରେ ମିଳିଲା ଓମ୍‌ ପ୍ରକାଶଙ୍କ ମୃତଦେହ । ତାପଙ୍ଗ ଖଣି ପାଣିରରେ ଆଜି ସକାଳେ ଓମ୍‌ ପ୍ରକାଶଙ୍କ ମୃତଦେହ ଭାସିଥିବା ବେଳେ ଉଦ୍ଧାର କରାଯାଇଛି । ଓମ୍‌ ପ୍ରକାଶ ରଥଙ୍କ ମୃତଦେହକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ।

ସୂଚନା ମୁତାବକ, ସୋମବାର ରିଲ୍ସ କରିବା ବେଳେ ଗୋଡ଼ ଖସିଯିବାରୁ ଦୁଇ ଜଣ ଯୁବକ ପାଣିରେ ବୁଡି ଯାଇଥିଲେ । ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଓମ ପ୍ରକାଶ ନିଖୋଜ ଥିଲେ ।ଅଗ୍ନିଶମ ବିଭାଗ, ଓଡ୍ରାଫ୍‌, ନାଭାଲ ଟିମ୍‌ ଓ ସ୍କୁବା ଡାଇଭର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ଓମଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା । ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଜୋରଦାର ପ୍ରୟାସ ଚାଲିଥିଲା । ଉଦ୍ଧାରରେ ରାଉରକେଲା NITର ସ୍ବତନ୍ତ୍ର ରୋବୋଟ୍‌ ସାମିଲ୍ ହୋଇଥିଲା ମଧ୍ୟ ଖୋଜିବାରେ ବିଫଳ ହୋଇଥିଲା । କିନ୍ତୁ ଆଜି ୫ ଦିନ ପରେ ଓମଙ୍କ ମୃତହେଦ ଭାସୁଥିବା ବେଳେ ଉଦ୍ଧାର କରାଯାଇଛି ।

Leave a Reply

Your email address will not be published. Required fields are marked *