ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଉତ୍ତମ ମହାନ୍ତି ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି । ଚିକିତ୍ସା ନିମନ୍ତେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଇସିୟୁରେ ଚିକିତ୍ସା ଚାଲିଥିବା ବେଳେ ବର୍ତ୍ତମାନ ସେ ଭେଣ୍ଟିଲେଟରରେ ଥିବା ସୂଚନା ମିଳିଛି । ଉତ୍ତମ ମହାନ୍ତି ଓଡ଼ିଶା ସିନେ ଇଣ୍ଡଷ୍ଟ୍ରୀର ଜଣେ କିମ୍ବଦନ୍ତୀ ଅଭିନେତା । ୧୯୭୭ ମସିହାରେ ସେ ଅଭିମାନ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । Post navigation ଗ୍ରେଟର ଭୁବନେଶ୍ୱର ପାଇଁ ପ୍ରସ୍ତୁତି ଆରମ୍ଭ; ୪ଟି ସହରକୁ ନେଇ ଗଠନ ହେବ ନୂଆ ଅର୍ଥନୈତିକ ଅଞ୍ଚଳ ୧୧ ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର, ଅନ୍ତୋଦୟ ଗୃହ ଯୋଜନାରେ ମିଳିବ ପକ୍କା ଘର