ଓଲିଉଡ ଅଭିନେତା ପାର୍ଥସାରଥୀ ରାୟଙ୍କୁ ଗିରଫ । କମିଶନରେଟ ପୁଲିସ ଅନ୍ତର୍ଗତ ବଡ଼ଗଡ଼ ଥାନା ପୁଲିସ ପାର୍ଥସାରଥୀଙ୍କୁ ଗିରଫ କରିଛି । ଏହାପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। NBW ଆଧାରରେ ଏକାଧିକ ମାମଲାରେ ତାଙ୍କୁ ପୋଲିସ୍ ଗିରଫ କରିଛି। କୋର୍ଟ ନିୟମ ଖିଲାପ କରିଥିବାରୁ ଗିରଫ ନିର୍ଦ୍ଦେଶ ଦେଇଥିଲେ JMFC କୋର୍ଟ ।

ସୂଚନା ଯୋଗ୍ୟ, ଅଭିନେତାଙ୍କ ପାର୍ଥଙ୍କ ଛାଡପତ୍ର ମାମଲାରେ ଆଇନଗତ ପ୍ରୋଟୋକଲ ପାଳନ ନକରି କୋର୍ଟଙ୍କ ନିୟମ ଖିଲାପ କରିଥିଲେ। ଯାହାଫଳରେ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା (ଏନବିଡବ୍ଲ୍ୟୁ) ଜାରି କରିବା ସହିତ ଗିରଫ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏନବିଡବ୍ଲ୍ୟୁ ବଳରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *