ଓଲିଉଡ୍ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି ଅଶ୍ରୁମୋଚନ । ବିଳମ୍ବିତ ରାତିରେ ବରିଷ୍ଠ ସିନେ ଅଭିନେତା ଅଶ୍ରୁ୍ମୋଚନ ମହାନ୍ତି କଟକରୁ ସୁଟିଂ ସାରି କଳାରାହଙ୍ଗ ସ୍ଥିତ ବାସଭବନକୁ ଫେରୁଥିବାବେଳେ ସାମ୍ନାକୁ କୁକୁର ପଳାଇ ଆସିବାରୁ କୁକୁରକୁ ବଞ୍ଚାଇବାକୁ ଯାଇ ଷ୍ଟିଅରିଙ୍ଗ ମୋଡି ଦେଇଥିଲେ। ଫଳରେ ନିୟନ୍ତ୍ରଣ ହରାଇ କଳାଝରି ନିକଟ ଦୟା ୱେଷ୍ଟ ନାଳ ଭିତରକୁ କାର୍ ଖସିପଡ଼ିଥିଲା । ତେବେ କାରଟି ପାଣି ଭିତରକୁ ଯିବା ପୂର୍ବରୁ ନିଜେ ବ୍ରେକ୍ ମାରି ଅଟକାଇ ଦେଇଥିଲେ । ତାଙ୍କ ପୁଅ ଘଟଣା ସ୍ଥଳରେ ପହଞ୍ଚି କାରକୁ ଉପରକୁ ଆଣିଥିଲେ । ସୂଚନା ଅନୁଯାୟୀ ଉଭୟ କାର ଏବଂ ଅଭିନେତା ଅଶ୍ରୁ୍ମୋଚନଙ୍କର କୌଣସି କ୍ଷତି ହୋଇନାହିଁ । Post navigation Odisha 10th Board Exam 2026: କାଲିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ Mohan Majhi’s Nuapada Visit: ମୋହନ ମାଝୀଙ୍କ ନୁଆପଡା ଗସ୍ତ କାର୍ଯ୍ୟସୂଚୀ