ଆଜି ପ୍ରକାଶ ପାଇବ ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୫ ରେଜଲ୍ଟ ।  ସନ୍ଧ୍ୟା ୬ଟା ପରିବର୍ତ୍ତେ ସାଢ଼େ ୫ଟାରେ ରେଜଲ୍ଟ । http://ojee.nic.in ରେ ୱେବ୍‌ସାଇଟ୍‌ରେ ଆସିବ ରାଙ୍କ୍ କାର୍ଡ । ଆନୁଷ୍ଠାନିକ ଭାବେ ଘୋଷଣା କରିବେ ବିଭାଗୀୟ ମନ୍ତ୍ରୀ ।

ସୂଚନା ଯୋଗ୍ୟ; ମେ’ ୨ ତାରିଖରୁ ୧୨ ତାରିଖ ଯାଏ ଓଜେଇଇ ୨୦୨୫ ଅନୁଷ୍ଠିତ ହୋଇଥିଲା। ୩ଟି ସିପ୍ଟରେ ପରୀକ୍ଷା ହୋଇଥିଲା। କମ୍ପ୍ୟଟର ବେସଡ୍ ଟେଷ୍ଟ ବା ସିବିଟି ମାଧ୍ୟମରେ ପରୀକ୍ଷା ହୋଇଥିଲା। ବିଶେଷକରି, ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ବ ବିଦ୍ୟାଳୟ ଏବଂ କଲେଜ୍ ରେ ବି.ଫାର୍ମା, ଏମସିଏ, ଏମବିଏ , ଏମଟେକ୍, ଇଣ୍ଟିଗ୍ରେଟେଟ୍ ଏମବିଏ, ଲାଟେରାଲ୍ ଏଣ୍ଟ୍ରି ଟେକ୍ ଓ ଫାର୍ମା, ଏମ୍.ଆର୍କ, ଏମ୍ ପ୍ଲାନ୍,ବି.କାଟ୍ ପାଠ୍ୟକ୍ରମରେ ନାମଲେଖା ଲାଗି ଏହି ପ୍ରବେଶିକା ପରୀକ୍ଷା ହୋଇଥାଏ।

Leave a Reply

Your email address will not be published. Required fields are marked *