Odisha Human Rights Commission
କର୍ମ କ୍ଷେତ୍ରରେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ନିବାରଣ ଆଇନ ସମେତ ସୁପ୍ରିମକୋର୍ଟ ଙ୍କ ବିଶାଖା ମାମଲା ନିର୍ଦ୍ଦେଶାବଳୀ ଓ ଓଡିଶା ଉଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ବିଶ୍ଵବିଦ୍ୟାଳୟ ସମେତ ମହାବିଦ୍ୟାଳୟ ଓ ସେଥିସହ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକରେ କି କି ପଦକ୍ଷେପ ନିଆଯାଇଛି ସେ ଅକ୍ଟୋବର ୧୧ ସୁଦ୍ଧା ସ୍ଟାଟସ ରିପୋର୍ଟ ଦାଖଲ ପାଇଁ ଓଡିଶା ମାନବିକ ଅଧିକାର କମିଶନ ପକ୍ଷରୁ ଆଦେଶ ଦିଆଯାଇଛି ।
 
ଉଚ୍ଚ ଶିକ୍ଷା ବିଭାଗ ସମେତ ଶିକ୍ଷା ଓ ଗଣଶିକ୍ଷା ବିଭାଗ, ଦକ୍ଷତା ବିକାଶ ବିଭାଗ ଆଦିକୁ ଏହି ନୋଟିସ ପ୍ରଦାନ କରାଯାଇଛି ।
 
ବୈଷୟିକ ଉଚ୍ଚ ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟ ଆଦିରେ ଛାତ୍ରୀମାନଙ୍କ ଯୌନ ଉତ୍ପୀଡ଼ନ ନିବାରଣ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ନାହିଁ । ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ ଏଭଳି ନିର୍ଯ୍ୟାତନା ର ଶିକାର ଛାତ୍ରୀଙ୍କୁ ମାନସିକ ଭାବେ ପରମାର୍ଶ ଦେବା ପାଇଁ ପରାମର୍ଶ ଦାତା ବ୍ୟବସ୍ତା ଆଦି ନଥିବାରୁ ବହୁ ଛାତ୍ରୀ ମାନସିକ ଭାବେ ପ୍ରତିକୂଳ ପରିସ୍ଥିରେ ପଡ଼ୁଛନ୍ତି ବୋଲି ସିଭିଲ ସୋସାଇଟି ଫର ହେଉମାନ ରାଇଟ୍ସ ଅଧ୍ୟକ୍ଷ ବିଶ୍ୱପ୍ରିୟ କାନୁନଗୋ ରାଜ୍ୟ ମାନବିକ ଅଧିକାର କମିଶନରେ ଅଗଷ୍ଟ ୧୯ ତାରିଖରେ ଅଭିଯୋଗ କରିଥିଲେ ।
 
ୟୁଜିଏସ ଗାଇଡ଼ଲାଇନ ସମେତ ସୁପ୍ରିମ କୋର୍ଟ ଓ ଓଡିଶା ହାଇକୋର୍ଟ ଓ ଏଥି ନିମିତ୍ତ ଥିବା ଆଇନର ଯଥାଜଥ ଅନୁପାଳନ ସମ୍ପର୍କରେ ତଦନ୍ତ ସହ ଉପରୋକ୍ତ ବ୍ୟବସ୍ଥା ଅନୁପାଳନ ସହ ଏ ସମ୍ପର୍କରେ ନିଆଯାଉଥିବା ପଦକ୍ଷେପ ଗୁଡିକର ଉପଯୁକ୍ତ ଅଡିଟ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ, ଇତ୍ୟାଦି ପାଇଁ ଆବେଦନ କାରି ରାଜ୍ୟ ମାନବିକ ଅଧିକାର କମିଶନଙ୍କ ଦୃଷ୍ଟିକର୍ଷଣ କରିଥିଲେ ।

By Nirvay

Leave a Reply

Your email address will not be published. Required fields are marked *