ଓଡ଼ିଶାରେ ଆସନ୍ତା ୯ ତାରିଖରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବା । କଟକ ବାରବାଟୀ ଷ୍ଟାଡିୟମ ଭାରତ ଓ ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଆଜିଠାରୁ କାଉଣ୍ଟରରେ ମିଳିବ ଟିକେଟ୍ । ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି କଟକ ବାରବାଟୀ ଷ୍ଟାଡିୟମ କାଉଣ୍ଟରରେ ଟିକେଟ୍ ମିଳିବ । ସେଥିପାଇଁ କାଉଣ୍ଟରରେ ସାମ୍ନାରେ ରାତି ଅଧରୁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ୨ ଦିନ ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏ ଟିକେଟ ବିକ୍ରି ହେବ । ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଅସମ୍ଭାଳ ଭିଡ଼କୁ ଦେଖି ସୁରକ୍ଷା ପାଇଁ ୨୫ ପ୍ଲାର୍ଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଜାଣନ୍ତୁ କେତେ ରହିଛି ଟିକେଟ୍ ମୂଲ୍ୟ.. ଗ୍ୟାଲେରୀ ୨- ୯୦୦ ଟଙ୍କା ଗ୍ୟାଲେରୀ ୪- ୯୦୦ ଟଙ୍କା ଗ୍ୟାଲେରୀ ୭- ୭୦୦ ଟଙ୍କା ସ୍ୱତନ୍ତ୍ର ଏନକ୍ଲୋଜର – ୬ ହଜାର ଟଙ୍କା ଏସି ଗ୍ୟାଲେରୀ ବକ୍ସ – ୮ ହଜାର ଟଙ୍କା ନୂତନ ପାଭିଲିୟନ୍ – ୧୦ ହଜାର ଟଙ୍କା Post navigation ବେଙ୍ଗାଲୁରୁ ଅଗ୍ନିକାଣ୍ଡରେ ୫ ଓଡ଼ିଆ ଶ୍ରମିକ ଗୁରୁତର ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି