ପରଲୋକରେ କାମାକ୍ଷାନଗରର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକ। ୭୪ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମଲ୍ଟି ଅର୍ଗାନ ଫେଲର ହେବା କାରଣରୁ ସେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ। ତେବେ ଗୁରୁବାର ବିଳମ୍ବିତ ରାତିରେ ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ଭୋରରୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଓଡ଼ିଶାର ପ୍ରଥମ ବିଜେପି ବିଧାୟକ ପ୍ରସନ୍ନ ପଟ୍ଟନାୟକ ଥିଲେ। କାମାକ୍ଷାନଗର ନିର୍ବାଚନମଣ୍ଡଳୀରୁ ୩ଥର ବିଧାୟକ ହୋଇଥିଲେ। ପ୍ରସନ୍ନ ପଟ୍ଟନାୟକଙ୍କର ମାତ୍ର ୨୮ ବର୍ଷ ବୟସରେ ସେ ବିଧାୟକ ହୋଇଥିଲେ। ଛାତ୍ର ଜୀବନରୁ ହିଁ ସେ ରାଜନୀତିକୁ ଆସିଥିଲେ। ୧୯୭୭ ମସିହାରେ ପ୍ରଥମେ ଜନତା ପାର୍ଟିରୁ ନିର୍ବାଚନ ଜିତି ଆସିଥିଲେ ବିଧାନସଭା। ଏହାପରେ ୧୯୮୫ରେ  ବିଜେପି ଦଳରୁ ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ୧୯୯୦ ମସିହାରେ ପୁଣି ଜନତା ପାର୍ଟିରୁ ବିଜୟୀ ହୋଇଥିଲେ। ଏହିପରି ମୋଟ ୩ ଥର କାମାକ୍ଷାନଗରରୁ ସେ ବିଧାୟକ ହୋଇଥିଲେ।

Leave a Reply

Your email address will not be published. Required fields are marked *