ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଚମକିଲେ ଅନିମେଶ କୁଜୁର । ଭାରତରେ ପ୍ରଥମ ଥର ପାଇଁ ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ପ୍ରତିଯୋଗିତାର ଆୟୋଜନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ଠାରେ କରାଯାଇଥିଲା। ଏହି ଏକଦିବସୀୟ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ୨୦୦ ମିଟରରେ ଅନିମେଶ କୁଜୁର ପ୍ରଥମ । କଣ୍ଟିନେଣ୍ଟାଲ ୱାର୍ଲ୍ଡ ଟୁର୍ ବ୍ରୋଞ୍ଜ୍‌ରେ ୨୦୦ ମିଟରରେ ଅନିମେଶ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।୨୦୦ ମିଟର ଦୌଡ଼ରେ ୨୦.୭୭ ସେକେଣ୍ଡ୍‌ ଟାଇମିଂ ସହ ପ୍ରଥମ ହୋଇଛନ୍ତି ଅନିମେଶ ।

ଏସିଆନ ଆଥଲେଟିକ୍ସ ୨୦୨୫ରେ ନିଜର ଜାତୀୟ ରେକର୍ଡ ଭାଙ୍ଗି ଚର୍ଚ୍ଚାରେ ଥିଲେ ଓଡ଼ିଆ ପୁଅ ଅନିମେଶ କୁଜୁର। କୋରିଆ ଗଣରାଜ୍ୟର ଗୁମିରେ ଅନୁଷ୍ଠିତ ଏସିଆନ ଆଥଲେଟିକ୍ସ ୨୦୨୫ ପ୍ରତିଯୋଗିତାର ୨୦୦ ମିଟର ରେସ୍‌ରେ ଦୌଡ଼ି କାଂସ୍ୟ ପଦକ ଜିତିଥିଲେ ଅନିମେଶ। ଆଜି କଣ୍ଟିନେଣ୍ଟାଲ ୱାର୍ଲ୍ଡ ଟୁର୍ ବ୍ରୋଞ୍ଜ୍‌ରେ ୨୦୦ ମିଟରରେ ଅନିମେଶ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।

ସେହିପରି କଣ୍ଟିନେଣ୍ଟାଲ ୱାର୍ଲ୍ଡ ଟୁର୍ ବ୍ରୋଞ୍ଜ୍‌ରେ ଓଡ଼ିଶାର ପ୍ରଜ୍ଞା ପ୍ରଶାନ୍ତି ସାହୁ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ୧୦୦ ମିଟର ହର୍ଡଲ୍ସରେ ୧୩.୭୪ ସେକେଣ୍ଡର ଟାଇମିଂ ସହ ପ୍ରଜ୍ଞା ପ୍ରଥମ ହୋଇଛନ୍ତି । ମହିଳା ଶହେ ମିଟର ହର୍ଡଲସରେ ଓଡ଼ିଆ ଆଥଲେଟ୍ ପ୍ରଜ୍ଞା ପ୍ରଶାନ୍ତି ସାହୁ ପ୍ରଥମ ସ୍ଥାନ ଅଧିକାର କରି ୮ଶହ ଆମେରିକୀୟ ଡଲାର ଅର୍ଥ ରାଶି ପୁରସ୍କାର ପାଇଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ପ୍ରାୟ ୧୭ ଦେଶର ୧୬୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗିତାରେ ୧୯ଟି ଇଭେଣ୍ଟ ଅନୁଷ୍ଠିତ ହେବ । ପ୍ରାୟ ୧୭ଟି ଦେଶରୁ ୧୬୦ଜଣ କ୍ରୀଡ଼ାବିତ୍‌ ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଭାରତରୁ ୯୦ରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଛନ୍ତି ।

Leave a Reply

Your email address will not be published. Required fields are marked *