ଅନୁଗୁଳ ଜିଲ୍ଲା ସିଡିଏମଓ କାର୍ଯ୍ୟାଳୟର କନିଷ୍ଠ ସହାୟକଙ୍କ ସୁବ୍ରତ ବେହେରାଙ୍କର ଠାବ ହେଲା ପୁଳା ପୁଳା ସମ୍ପତ୍ତି । ଚଢ଼ାଉ ବେଳେ ସୁବ୍ରତଙ୍କ ଅନୁଗୁଳ ସହରରେ ୪୫୦୦ ସ୍କୋୟାର ଫୁଟର ୩ ମହଲା କୋଠା ଠାବ କରିଛି ଭିଜିଲାନ୍ସ । ରେଡ୍ ବେଳେ କିରାଣିଙ୍କ ୩ ମହଲା କୋଠା ଠାବ ହୋଇଥିବା ବେଳେ ୪୫୦ ଗ୍ରାମ ସୁନା, ଗୋଟିଏ କାର୍, ୩ଟି ଦୁଇଚକିଆ ଗାଡ଼ି ଜବତ ।ସରକାରୀ ପଇସା ଆତ୍ମସାତ ଅଭିଯୋଗରେ ରେଡ୍ କରିଥିଲା ଭିଜିଲାନ୍ସ ।

ପ୍ରାୟ ୨.୫ କୋଟି ଟଙ୍କାର ସରକାରୀ ପାଣ୍ଠି ହଡ଼ପ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଅନୁଗୁଳ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା (DHH)ର ଜଣେ କିରାଣୀ ସୁବ୍ରତ ବେହେରାଙ୍କୁ ଗିରଫ କରିଛି। ସାଢେ ୩ ମାସ ଫେରାର ହେବା ପରେ ତାଙ୍କୁ ଗିରଫ କରିବା ସମେତ ସୁବ୍ରତ ବେହେରାଙ୍କର ୫ ଟି ଠିକଣାରେ ଚଢ଼ଉ କରାଯାଇଥିଲା । ଅନୁଗୁଳ, ଢେଙ୍କାନାଳ ଏବଂ ଭୁବନେଶ୍ୱରରେ ଭିଜିଲାନ୍ସ ଟିମ୍ ଯାଞ୍ଚ କରିଛି । ନାଲକୋ ନଗର ଥାନା ଅଧିନସ୍ଥ ବୋଣ୍ଡା ଗ୍ରାମରେ ଥିବା ସମ୍ପର୍କୀୟଙ୍କ ଘର, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲାକ୍ ବାଁଉଶପୋଖରୀ ଗ୍ରାମରେ ଥିବା ପୈତୃକ ବାସଭବନ, ଭୁବନେଶ୍ୱର ଶ୍ରୀବିହାରରେ ଥିବା ସମ୍ପର୍କୀୟଙ୍କ ଭଡ଼ା ଘର ଏବଂ ଅନୁଗୁଳ ସିଡଏମ୍ଓ କାର୍ଯ୍ୟାଳୟରେ ଥିବା ଅଫିସ୍ ରୁମରେ ଚଢ଼ଉ ହୋଇଥିଲା ।

ସୂଚନା ଯୋଗ୍ୟ ; ସୁବ୍ରତ ବେହେରା ୨୦୦୭ ସେପ୍ଟେମ୍ବର ୧୦ରେ ସୁବ୍ରତ ଆଠମଲ୍ଲିକର କାର୍ଯ୍ୟାଳୟ ଏସଡିଏମଓରେ ଜୁନିଅର ସହାୟକ ଭାବରେ ଯୋଗ ଦେଇଥିଲେ । ତାଙ୍କର ପ୍ରାରମ୍ଭିକ ମାସିକ ଦରମା ମାତ୍ର ୮,୦୦୦ ଟଙ୍କା ଥିଲା । ସେ ସେଠାରେ ଜୁନିଅର ସହାୟକ ପଦବୀରେ କାର୍ଯ୍ୟ କରୁଥିଲେ । ୨୦୦୯ ରେ ତାଙ୍କୁ ତାଳଚେରର କାର୍ଯ୍ୟାଳୟ ଏସଡିଏମଓ ଓ ୨୦୧୧ରେ ଅନୁଗୁଳର କାର୍ଯ୍ୟାଳୟ ଏସଡିଏମଓରେ ଜୁନିଅର ସହାୟକ ଭାବରେ ବଦଳି କରାଯାଇଥିଲା ।

ଏହାପରେ ୨୦୧୧ ରୁ ୨୦୧୭ ମସିହା, ମାତ୍ର ୬ ବର୍ଷ ମଧ୍ୟରେ ତାଙ୍କ ଦରମାରୁ ଅଧିକ ଟଙ୍କା ଉଠାଇ ୨.୩୮ କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ସେହି ଟଙ୍କା ଏସବିଆଇର ଅନୁଗୁଳ ଶାଖାର ପରିଚାଳିତ ଦରମା ଆକାଉଣ୍ଟରେ ଜମା କରାଯାଇଛି । ଏହି ଟଙ୍କା ହଡ଼ପ କରିବା ପରେ ସେ ଅକ୍ଟୋବର ୨୦୨୫ ରୁ ଫେରାର ଥିଲେ ।

Leave a Reply

Your email address will not be published. Required fields are marked *