odisha-secures-guinness-world-record-with-largest-serving-pakhala
ପଖାଳ ଦିବସ ଅବସରରେ ଓଡ଼ିଶା ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଛି । ପଖାଳ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଆଜି ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡ ସ୍ଥାପନ କରିଛି । ୧,୧୭ୄ କିଲୋଗ୍ରାମ ପଖାଳ ଏକ ବିଶାଳ ପାତ୍ରରେ ପ୍ରସ୍ତୁତ କରି ପରଷିବା ଦ୍ୱାରା ଏହି ଐତିହାସିକ ସଫଳତା ହାସଲ କରାଯାଇଛି ।
 
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଖାଳ ପାଇଁ ଗିନିଜ ରେକର୍ଡ ସମ୍ପର୍କରେ ଏକ୍ସରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ପଖାଳ ପାଇଁ ଗିନିଜ ରେକର୍ଡ ସବୁ ଓଡ଼ିଆଙ୍କ ଗର୍ବ । ରାଜ୍ୟର ଖାଇବା ବର୍ତ୍ତମାନ ଲୋକାଲରୁ ଗ୍ଲୋବାଲରେ ପହଞ୍ଚିଛି । ପଖାଳ ବିଶ୍ୱସ୍ତରରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
 
ଭାରତର ବିଭିନ୍ନ ସ୍ଥାନରେ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ଓଡିଆମାନେ ଏହି ଦିନକୁ ଗର୍ବର ସହିତ ପାଳନ କରୁଛନ୍ତି। ପଖାଳ, ଦେଶ ବିଦେଶରେ ରହୁଥିବା ଓଡ଼ିଆମାନଙ୍କୁ ନିଜ ମାଟି ସହିତ ଯୋଡ଼ି ରଖିବାର ଏକ ମାଧ୍ୟମ ହୋଇଛି ।

By Nirvay

Leave a Reply

Your email address will not be published. Required fields are marked *