ରାଜ୍ୟବ୍ୟାପୀ ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ଆଜି ଚତୁର୍ଥ ଦିବସରେ ଆୟୋଜିତ ହେଉଛି ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ ପର୍ବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ କୁନି କୁନି ପିଲାଙ୍କୁ ଖଡ଼ି ଛୁଆଁଇଛନ୍ତି । କୁନି କୁନି ପିଲାଙ୍କ ହାତ ଧରି ସେ ପାଠ ପଢ଼ାର ଶୁଭାରମ୍ଭ କରିବା ସହ ପ୍ରବେଶ ଉତ୍ସବରେ ପିଲାଙ୍କ ସହ ବାର୍ତ୍ତାଳାପ କରିଛନ୍ତି । ରାଜ୍ୟରେ ସମସ୍ତ ଅଙ୍ଗନବାଡ଼ି ପର୍ଯ୍ୟାୟ କ୍ରମେ ଶିଶୁବାଟିକାରେ ମିଶିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଖଡ଼ିଛୁଆଁ ଉତ୍ସବରେ ସୂଚନା ଦେଇଛନ୍ତି । ଶିଶୁବାଟିକାରୁ ପ୍ରାଥମିକ ଶିକ୍ଷା ଗୋଟିଏ ଛାତ ତଳେ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରାଥମିକ ଶିକ୍ଷାକୁ ଦୃଢ଼ କରିବାକୁ ପ୍ରତି ଗାଁରେ ମଡେଲ୍ ସ୍କୁଲ୍ ହେବ । ୫ ଏକର ଜାଗାରେ ଗୋଦାବରୀଶ ମିଶ୍ର ପାଥମିକ ସ୍କୁଲ ନିର୍ମାଣ ହେବ ଏବଂ ୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ରାଜଧାନୀରେ ସମସ୍ତ ସ୍କୁଲ ଉତ୍ସବମୁଖର ହୋଇଉଠିଛି । ସମସ୍ତ ସ୍କୁଲରେ ଚାଲିଛି ପ୍ରବେଶ ଉତ୍ସବ । ଛାତ୍ରଛାତ୍ରୀଙ୍କୁ ଫୁଲ ଚନ୍ଦନ ଲଗାଇ ଶିକ୍ଷକ ଶିକ୍ଷୟତ୍ରୀ ସ୍ୱାଗତ ଜଣାଉଛନ୍ତି । ଏହି କାର୍ଯ୍ୟକ୍ରମ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡିଆ ଏକ୍ସରେ, ଶିକ୍ଷାର ପବିତ୍ର ଅନୁଷ୍ଠାନରେ ପାଦ ଥାପିବାକୁ ଯାଉଥିବା ସମସ୍ତ କୁନି ଭାଇଭଉଣୀଙ୍କୁ ଅନେକ ଅନେକ ସ୍ନେହ ଓ ଶୁଭକାମନା ଜଣାଇଛନ୍ତି । Post navigation Morning Classes in Odisha: ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ Forest Clearance For Puri International Airport: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି