ରାଜ୍ୟରେ ଲାଗୁ ହେବ ନୂଆ ଶିକ୍ଷା ନୀତି ( ନ୍ୟାସ୍ନାଲ ଏଗୁକେସନ ପଲିସି ବା ଏନ୍ଇପି ) । ଆଜିଠୁ ଆରମ୍ଭ ହୋଇଛି ଭୁବନେଶ୍ବରରେ ୩ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା । ଭୁବନେଶ୍ୱରସ୍ଥିତ ଲୋକସଭା ଭବନରେ କର୍ମଶାଳା ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଆସନ୍ତା ଏପ୍ରିଲରୁ ଆରମ୍ଭ ହେବ ଶିଶୁ ବାଟିକା । ୬୩ ହଜାର ସ୍କୁଲରେ ଖୋଲାଯିବ ଶିଶୁ ବାଟିକା । ଶିଶୁ ବାଟିକାରେ ୩ ବର୍ଷର ପିଲାଙ୍କ ନାଁଲେଖା ଯିବ । ଏଥିରେ ୩ରୁ ୫ବର୍ଷ ଯାଏ ପିଲାମାନେ ଶିଶୁ ବାଟିକାରେ ପଢ଼ିବେ । ନାଚ, ଗୀତ, ଖେଳ ମାଧ୍ୟମରେ ଶିଶୁବାଟିକାରେ ପଢ଼ାଯିବ । ଜାତୀୟ ଶିକ୍ଷା ନୀତିରେ ଓଡ଼ିଶାରେ ଓଡ଼ିଆ ଭାଷାରେ ଶିକ୍ଷା ଦିଆଯିବା ଦରକାର । ଏଥିରେ ଓଡ଼ିଶାର ବୀର ଗାଥା, ଧର୍ମ ନିରପେକ୍ଷତା ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ହେବା ଦରକାର, ଓଡ଼ିଆଙ୍କ ବୌଦ୍ଧିକ କ୍ଷମତା, ପଠାଣି ସାମନ୍ତଙ୍କ ଗଣିତ ଶିକ୍ଷାର ଶିକ୍ଷା ଦାନ ହେବା ଦରକାର । ତେଣୁ ଆଗାମୀ ଏପ୍ରିଲ ମାସରେ ଏକ ଭଲ ଦିନ ସ୍ଥିର କରି ଶିଶୁ ବାଟିକା ଆରମ୍ଭ ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପୂର୍ବ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ପୂର୍ବ ସରକାର ନାଚ ଗୀତରେ ପଇସା ଖର୍ଚ୍ଚ କରୁଥିଲେ କିନ୍ତୁ ମୋହନ ସରକାର ପିଲାଙ୍କ ଗୋଦାବରୀଶ ମିଶ୍ର ବିଦ୍ୟାଳୟ ଆରମ୍ଭ କରିଛନ୍ତି । ଗତ ସରକାର ନିଷ୍ପତି କରିଥିଲା ଓଡ଼ିଶା ଶିକ୍ଷା ନୀତି ପ୍ରଣୟନ କରିବେ କିନ୍ତୁ ବର୍ତ୍ତମାନ ସରକାର ଐତିହାସିକ ନିଷ୍ପତି ନେଇ ନୂତନ ଶିକ୍ଷା ନୀତି ଲାଗୁ କଲେ । ଓଡ଼ିଆ ପିଲା ନିଜ ମାତୃଭାଷାରେ ପାଠ ପଢ଼ିବେ । ଏପ୍ରିଲ ମାସରେ ଜାତୀୟ ଶିକ୍ଷା ନୀତିର ଖଡ଼ିଛୁଆଁ ହେବ । ଶିଶୁ ବାଟିକା ଆରମ୍ଭ ହେବ । ସେହିଦିନ ସମସ୍ତ ଗଣ୍ୟମାନ୍ୟ ବ୍ୟକ୍ତି, ଅଧିକାରୀ ଆଦି ୬୩ ହଜାର ସ୍କଲକୁ ଯାଇ ଶିକ୍ଷା କଣ ବୁଝାଇବା ଦରକାର । ମେ ଏବଂ ଜୁନ ମାସରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଅଧିକାରୀମାନେ ଓଡ଼ିଶାର ୫୦ ହଜାର ଗାଁ ବୁଲି ଡ୍ରପ୍ ଆଉଟ୍ ପିଲାଙ୍କୁ ଖୋଜି ବାହାର କରିବେ। Post navigation ଶ୍ରୀମନ୍ଦିର ପରିସରରେ ନିଷେଧ ହେଲା ମୋବାଇଲ; ପୋଷ୍ଟର ମାରିଲା ପୁରୀ ପୋଲିସ ରାଜ୍ୟ ବାହାରେ ଥିବା ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା