ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ସ୍ତରରେ ଆଜି ଅଦଳ ବଦଳ କରିଛନ୍ତି । କ୍ରୀଡ଼ା ଓ ଯୁବ ବିଭାଗର ଯୁଗ୍ମ ସଚିବ ଥିବା ଶୈଳେନ୍ଦ୍ର କୁମାର ଜେନା ମିଶନ ଶକ୍ତି ଯୁଗ୍ମ ସଚିବ ହୋଇଛନ୍ତି । ଓଡ଼ିଶା ଜୀବିକା ମିଶନ ଯୁଗ୍ମ ସଚିବ ହୋଇଛନ୍ତି ମମତା ବାରିକ । ସେ ପୂର୍ବରୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବଭାବେ କାର୍ଯ୍ୟ କରୁଥିଲେ । ସେହିପରି ମିଶନ ଶକ୍ତିର ଯୁଗ୍ମ ସଚିବ ଥିବା ବିନୋଦ କୁମାର ଜେନାଙ୍କୁ ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବଭାବେ ବଦଳି କରାଯାଇଛି । ପୁରୀ ଉପ ଜିଲ୍ଲାପାଳ ଗୋପୀନାଥ କୁଅଁରଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି । କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ଉପ ସଚିବ ଥିବା ସୁରଜ କୁମାର ପଟ୍ଟନାୟକ ବରଗଡ଼ ଜିଲ୍ଲା ପରିଷଦ ଅତିରିକ୍ତ ଇଓ ହୋଇଛନ୍ତି । ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ପୂର୍ବତନ ଉପଜିଲ୍ଲାପାଳ ହେମସାଗର ଭୋଇ ଏବେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (ଜିଏ ଓ ପିଜି) ବିଭାଗରେ କାର୍ଯ୍ୟରତ ଥିବା ବେଳେ ତାଙ୍କୁ କୁଚିଣ୍ଡା ଆଇଟିଡିଏ ପିଏ ଭାବେ ବଦଳି କରାଯାଇଛି। ସୋହେଲାର ବିଡିଓ ଥିବା ସୁରେନ୍ଦ୍ର ମେହରଙ୍କୁ ସୁବର୍ଣ୍ଣପୁରର ଉପ ଜିଲ୍ଲାଭାବେ ନିଯୁକ୍ତି ମିଳିଛି । ଭୁବନେଶ୍ଵର ଉପଜିଲ୍ଲାପାଳ ହୋଇଛନ୍ତି ମନୋରଂଜନ ସାହୁ । ଯାଜପୁର ଅତିରିକ୍ତ ଉପ ଜିଲ୍ଲାପାଳ ଥିବା ମନୋରମା ଜାଲିଙ୍କୁ ଭୁବନେଶ୍ୱର ଏସଆଇଆରଡିର ଉପ ନିର୍ଦ୍ଦେଶକଭାବେ ବଦଳି କରାଯାଇଛି । ସେହିପରି ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ଡେପୁଟି କମିଶନରଥିବା ରାଜକିଶୋର ଜେନାଙ୍କୁ ପୁରୀ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ଉପ ଜିଲ୍ଲାପାଳ ହୋଇଛନ୍ତି ସୁନୀଲ କୁମାର ମେହେର । ସେ ପୂର୍ବରୁ ବଲାଙ୍ଗୀର ତହସିଲଦାର ଭାବେ ନିଯୁକ୍ତ ହୋଇଥିଲେ । Post navigation ଛଟେଇ ନିଷ୍ପତ୍ତି ପ୍ରତିବାଦରେ ରାଜରାସ୍ତାରେ ଶହ ଶହ ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ ପାରାମେଡିକାଲ କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କୁ ହେୟଜ୍ଞାନ କରାଯାଉଛି ଅର୍ଥ ରାଜ୍ୟ ଅସହାୟ ସ୍ଥିତିରେ ଅଛି: ବିଜେଡି