୧୫ ଲକ୍ଷ ଟଙ୍କାରେ ରାଜଧାନୀରେ ମିଳିବ ଘର । ଏ ନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ୧୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଭିତରେ ଘର ମିଳିବ । ଭୁବନେଶ୍ୱର ସହରରେ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବେ ରାଜ୍ୟ ସରକାର । ଫୋକସ୍‌ରେ ଆର୍ଥିକ ଦୁର୍ବଳ ଓ ନିମ୍ନ ଆୟକାରୀ ବର୍ଗ । ନଗର ଉନ୍ନୟନ ବିଭାଗ ପ୍ରୟାସରେ ଘର ତିଆରି ହେବ । ଘରୋଇ କ୍ଷେତ୍ର ସହଯୋଗରେ ଶସ୍ତା ଘର ହେବ ।

ସେ ଆଉ ମଧ୍ୟ କହିଛନ୍ତି MIG, LIG, LIG -1, MIG -2 ଘର ଦେବେ ସରକାର । ୧୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଭିତରେ ମିଳିବ ଘର। ପୂରଣ ହେବ ସାଧାରଣ ଗରିବ ତଥା ମଧ୍ୟବିତ୍ତ ପରିବାରର ସହର ଭିତରେ ଘର ସ୍ବପ୍ନ ପୂରଣ ହେବ । କେଉଁ ବର୍ଗର ଲୋକ ଆବେଦନ କରିପାରିବେ ତାହାର କ୍ରାଇଟେରିଆ ମଧ୍ୟ ରହିବ । ପିପିପି ମୋଡରେ ଘର ତିଆରି କରିବାକୁ ସରକାର ସ୍ଥିର କରିଛନ୍ତି । ଘର ତିଆରି କରିବା ପାଇଁ ଟେଣ୍ଡର ଆହ୍ବାନ କରାଯିବ ।

ଏହା ସହ ମନ୍ତ୍ରୀ କହିଛନ୍ତି କଟକରେ ମଧ୍ୟ ଲୋକଙ୍କୁ ଘର ମିଳିବ।ପ୍ରଥମ ପର୍ଯ୍ୟାୟରେ ମହାନଗର ଅଞ୍ଚଳ ଗୁଡିକରେ ସୁଲଭ ମୂଲ୍ୟରେ ଘର କରିବାକୁ ଚିନ୍ତା କରୁଛନ୍ତି ସରକାର।

Leave a Reply

Your email address will not be published. Required fields are marked *