Odisha Govt seeks people's opinion ahead of Budget 2025-2026

୨୦୨୫-୨୬ ବଜେଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଛନ୍ତି । ୨୦୨୫-୨୬ ବର୍ଷ ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ୍, ମେଲ୍, ହ୍ୱାଟ୍ସଆପ୍ ଓ ଏସଏମଏସ ଜରିଆରେ ମତାମତ ଦେବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତି ପାଇଁ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ ପାଇଁ ଏକ ନିର୍ଦ୍ଦିଷ୍ଟ ଫର୍ମାଟ୍ ତିଆରି କରିଛି । ସେହି ୱେବ ପୋର୍ଟାଲ ହେଉଛି budget.odisha.gov.in । ସେହିପରି odisha.budget@gov.in ଠିକଣାରେ ସାଧାରଣ ଜନତା ଇ-ମେଲ୍ ମଧ୍ୟ କରିପାରିବେ ।

ଏହାବ୍ୟତୀତ (+91) 9438161111 ହ୍ୱାଟ୍‌ସଆପ୍‌ ନମ୍ବରରେ ଏବଂ ସାମାଜିକ ଗଣମାଧ୍ୟମ X (@FdOdisha) ଆକାଉଣ୍ଟକୁ ମଧ୍ୟ ବଜେଟ୍ ସମ୍ବନ୍ଧୀୟ ମତାମତ ରାଜ୍ୟବାସୀ ପଠାଇପାରିବେ ।

By Nirvay

Leave a Reply

Your email address will not be published. Required fields are marked *