Odisha Govt Hikes MSP for Kharif Crops
ଚାଷୀଙ୍କ ପାଇଁ ଖୁସି ଖବର ।  ଚଳିତ ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା ଆଉ ୬୯ ଟଙ୍କା ଅଧିକ ପାଇବେ ଚାଷୀ ।
 
ଖରିଫ ‍ଫସଲ ପୂର୍ବରୁ ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ବିଭିନ୍ନ ପ୍ରକାରର ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସ୍‌ପିକୁ ଆଜି କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ଏହି କ୍ରମରେ ଆଜି ରାଜ୍ୟ ସରକାର ଧାନର MSP କ୍ୱିଣ୍ଟାଲ ପିଛା ୬୯ ଟଙ୍କା ବୃଦ୍ଧି କରିଛନ୍ତି ।
 
ଏଣିକି ୩୧୦୦ ବଦଳରେ କ୍ୱିଣ୍ଟାଲ ପିଛା ୩୧୬୯ ଟଙ୍କା ଦେବେ ସରକାର । କେନ୍ଦ୍ର ସରକାର ଧାନ କ୍ୱିଣ୍ଟାଲ ପିଛା ବର୍ଦ୍ଧିତ ଏମଏସପି ୨୩୬୯ ଟଙ୍କା ସ୍ଥିର କରିଥିବା ବେଳେ ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା ଦେଉଛନ୍ତି  ୮୦୦ ଟଙ୍କାର ଇନପୁଟ ସବସିଡ୍ ।
 
ସେଇଭଳି A-କିସମର ଧାନ ପାଇଁ କ୍ୱିଣ୍ଟାଲ ପିଛା ୮୯ ଟଙ୍କା ବୃଦ୍ଧି ହେବ ସହ ମୋଟ୍ ଟଙ୍କା ୩୧୮୯ ଧାର୍ଯ୍ୟ କରାଯାଇଛି । ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

By Nirvay

Leave a Reply

Your email address will not be published. Required fields are marked *