ବଢ଼ିଲା ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ବିଧାନସଭା ସଦସ୍ୟଙ୍କ ଦରମା, ଭତ୍ତା ଓ ପେନସନ ସଂଶୋଧନ ବିଲ୍ ଏବଂ ବାଚସ୍ପତି, ଉପ ବାଚସ୍ପତିଙ୍କ ଦରମା, ଭତ୍ତା ସଂଶୋଧନ ବିଲ୍ ଗୃହୀତ ହୋଇଛି। ନୂତନ ବ୍ୟବସ୍ଥା ସହିତ, ଉଭୟ କାର୍ଯ୍ୟରତ ଏବଂ ପୂର୍ବତନ ବିଧାୟକଙ୍କ ଦରମା ଏବଂ ପେନସନ ୯୦ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ଏହି ସମୟରେ, ବାଚସ୍ପତିଙ୍କ ମାସିକ ଦରମା ପୂର୍ବ ୪୦ ହଜାର ୫୦୦ ଟଙ୍କାରୁ ୯୮ ହଜାର ଟଙ୍କାକୁ ବୃଦ୍ଧି ପାଇଛି, ଏବଂ ବସିବା ଭତ୍ତା ୮୦୦ ଟଙ୍କାରୁ ୨୦୦୦ ଟଙ୍କା କୁ ବୃଦ୍ଧି ପାଇଛି।

ସରକାରୀ ସୂତ୍ର ଅନୁଯାୟୀ, ବାଚସ୍ପତିଙ୍କ ଗାଡ଼ି ଭତ୍ତା ମାସିକ ୧୭ ହଜାର ବଦଳରେ ୮୯ ହଜାର ବୃଦ୍ଧି ପାଇଛି। ବ୍ୟକ୍ତିଗତ ବ୍ୟୟ ଭତ୍ତା ୪୦ ହଜାର ଟଙ୍କା ବଦଳରେ ୧ ଲକ୍ଷ ୮୧ ହଜାର ଟଙ୍କା ପାଇବେ। ଏହା ସହିତ, ସରକାରୀ ବାସଗୃହ ଆବଣ୍ଟନ ନହେବା ପର୍ଯ୍ୟନ୍ତ ବାଚସ୍ପତି ଦୈନିକ ୧ ଶହ ଟଙ୍କା ବଦଳ ରେ ଦୈନିକ ୨୦୦୦ ଟଙ୍କା ପାଇବେ।

ସେହିପରି ସେହିଭଳି ଉପ ବାଚସ୍ପତିଙ୍କ ଦରମା ଓ ଭତ୍ତା ବି ବଢିଲା । ଉପ ବାଚସ୍ପତିଙ୍କ ମାସିକ ଦରମା ୩୮ ହଜାର ବଦଳରେ ୯୪ ହଜାର ପାଇବେ । ବୈଠକ ଭତ୍ତା ୮୦୦ ବଦଳରେ ୨୦୦୦ ପାଇବେ ଉପ ବାଚସ୍ପତି । କାର ଭତ୍ତା ୧୭ ହଜାର ବଦଳରେ ୮୫ ହଜାର ପାଇବେ । ବ୍ୟକ୍ତିଗତ ଭତ୍ତା ୪୦ ହଜାର ବଦଳରେ ୧ ଲକ୍ଷ ୭୭ ହଜାର ପାଇବେ । ବାସଗୃହ ଭତ୍ତା ବାବଦକୁ ପୂର୍ବରୁ କିଛି ଟଙ୍କା ମିଳୁ ନଥିବା ବେଳେ ଏଣିକି ଦୈନିକ ୨୦୦୦ ଟଙ୍କା ପାଇବେ ।

ପୂର୍ବରୁ ବିଧାୟକମାନେ ୩୫ ହଜାର ଟଙ୍କା ପାଉଥିଲେ । ଏବେ ତାଙ୍କୁ ଦରମା ବାବଦକୁ ୯୬ ହଜାର ଟଙ୍କା ମିଳିବ । ନିର୍ବାଚନ ମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଖର୍ଚ୍ଚ ବାବଦକୁ ୨୦ ହଜାର ବଦଳରେ ୭୫ ହଜାର ମିଳିବ ।

ବିଧାୟକଙ୍କ ଦରମା ବିଧାୟକ ମାନଙ୍କ ଦରମା ଓ ଭତ୍ତା ବଢିଲା । ପୂର୍ବରୁ ବିଧାୟକମାନେ ୩୫ ହଜାର ଟଙ୍କା ପାଉଥିଲେ । ଏବେ ତାଙ୍କୁ ଦରମା ବାବଦକୁ ୯୬ ହଜାର ଟଙ୍କା ମିଳିବ । ନିର୍ବାଚନ ମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଖର୍ଚ୍ଚ ବାବଦକୁ ୨୦ ହଜାର ବଦଳରେ ୭୫ ହଜାର ମିଳିବ ।

ସେହିଭଳି ବିଧାୟକମାନଙ୍କୁ ନିର୍ବାଚନମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଖର୍ଚ୍ଚ ଭତ୍ତା ବାବଦକୁ ୨୦ ହଜାର ବଦଳରେ ୭୫ ହଜାର ଟଙ୍କା ମିଳିବ। କମିଟି ବୈଠକ ଭତ୍ତା ୧୫୦୦ ଟଙ୍କା ବଦଳରେ ୩୦୦୦ ପାଇବେ। ରାଜ୍ୟ ବାହାରେ ବୈଠକ ପାଇଁ ଦୈନିକ ୨୦୦୦ ବଦଳରେ ୧୦ ହଜାର ମିଳିବ।

ସେହିପରି ରାଜ୍ୟ ଭିତରେ କାର ଯାତ୍ରା ପାଇଁ କିଲୋମିଟର ପିଛା ୨୫ ଟଙ୍କା ବଦଳରେ ମିଳିବ ୩୫ ଟଙ୍କା। ମାସିକ ଯାନ ବାହନ ଭତ୍ତା ୧୫ ହଜାର ବଦଳରେ ମିଳିବ ୫୦ ହଜାର ଟଙ୍କା। ମାସକୁ ପୁସ୍ତକ କିଣିବା ପାଇଁ ୨୦୦୦ ବଦଳରେ ମିଳିବ ୧୦ ହଜାର, ବିଜୁଳି ବିଲ ପାଇଁ ୫୦୦୦ ବଦଳରେ ୨୦ ହଜାର ଟଙ୍କା, ଚିକିତ୍ସା ଖର୍ଚ୍ଚ ୫୦୦୦ ଟଙ୍କା ବଦଳରେ ୩୫ ହଜାର ମିଳିବ ।

ଗାଡି କିଣିବା ପାଇଁ ୫ ଲକ୍ଷ ଟଙ୍କା ବଦଳରେ ୧୦ ଲକ୍ଷ ଟଙ୍କା ମିଳିବ। ଗାଡ଼ି କିଣା ଖର୍ଚ୍ଚ, କମିଟି ବୈଠକ ଭତ୍ତା, ରାଜ୍ୟ ବାହାର ବୈଠକ ଭତ୍ତା, ରାଜ୍ୟ ଭିତରେ କାର ଯାତ୍ରା ଭତ୍ତାକୁ ବାଦ ଦେଲେ ଅନ୍ୟାନ୍ୟ ଭତ୍ତା ଏବଂ ମୂଳ ଦରମାକୁ ମିଶାଇ ବିଧାୟକମାନେ ମାସିକ ୩ ଲକ୍ଷ ୨୬ ହଜାର ଟଙ୍କା ପାଇବେ।

ମାସକୁ ପୁସ୍ତକ କିଣିବା ପାଇଁ ୨୦୦୦ ବଦଳରେ ମିଳିବ ୧୦ ହଜାର ମିଳିବ । ବିଜୁଳି ବିଲ ପାଇଁ ୫ ହଜାର ବଦଳରେ ୨୦ହଜାର ଟଙ୍କା । ଚିକିତ୍ସା ଖର୍ଚ୍ଚ ୫୦୦୦ ଟଙ୍କା ବଦଳରେ ୩୫ ହଜାର ମିଳିବ । ସେହିଭଳି କ୍ୱାଟର ମିଳି ନଥିବା ବିଧାୟକଙ୍କ ରହଣି ପାଇଁ ଦିନକୁ ୧୦୦୦ ଟଙ୍କା ବଦଳରେ ମିଳିବ ୨୦୦୦ ଟଙ୍କା ।

ପୂର୍ବତନ ବିଧାୟକ ଯେଉଁମାନେ ଥରୁଟିଏ ବିଧାୟକ ହୋଇଥିବେ ସେମାନଙ୍କୁ ପେନସନ ବାବଦକୁ ମାସକୁ ୩୦ ହଜାର ମିଳୁଥିବା ବେଳେ ବର୍ତ୍ତମାନ ୮୦ ହଜାର ମିଳିବ । ଯେଉଁମାନେ ଅଧିକ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସେମାନଙ୍କୁ ଅତିରିକ୍ତ ୩୦୦୦ ଟଙ୍କା ମିଳିବ ।

ସେହିପରି ମୃତ୍ୟୁରେ ୨୫ ଲକ୍ଷ ସହାୟତା ଘୋଷଣା କରାଯାଇଛି। କୌଣସି ବିଧାୟକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ । ସେହିପରି ଏଣିକି ପ୍ରତି ପାଞ୍ଚ ବର୍ଷକୁ ଥରେ ବଢିବ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା, ଭତ୍ତା ଓ ପେନସନ ।ବିଧାନସଭାରେ ଆଉ ବିଲ୍ ଆକାରରେ ନ ଆଣି ସିଧାସଳଖ ଅଡ଼ିନାନ୍ସ ଜରିଆରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା, ଭତ୍ତା ଓ ପେନସନ ବୃଦ୍ଧି କରାଯାଇ ପାରିବ ।

Leave a Reply

Your email address will not be published. Required fields are marked *