ଗତକାଲି ଶଙ୍ଖ ଭବନରେ ସାଧାରଣ ଲୋକଙ୍କୁ ଖାଦ୍ୟ ବିକ୍ରି କରି ହୋଟେଲ୍ ଚଲାଉଥିବା ଖବର ଗଣମାଧ୍ୟମରେ ପ୍ରସାରଣ ହେବା ପରେ ଆଜି ମଧ୍ୟ ଭୁବନେଶ୍ବର ବିଜେପି ନେତା ଜଗନ୍ନାଥ ପ୍ରଧାନ ବିଜେଡିକୁ ଜୋରଦାର ଟାର୍ଟେଟ କରିଛନ୍ତି।ଏହା ସହିତ ବିଜେଡି ସାରା ଓଡିଶାବାସୀଙ୍କ ନିକଟରେ ସ୍ପଷ୍ଠ କରୁ ଖାଦ୍ୟ ବିକ୍ରିର ଲାଭଂଶ କେଉଁ ବିଜେଡି ନେତାଙ୍କ ପକେଟକୁ ଯାଉଛି ବେଲି ପ୍ରଶ୍ନ କରିଛନ୍ତି।

ନିଜ ନିର୍ବାଚନ ମଣ୍ଡଳୀ ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନ ଏ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଜଗନ୍ନାଥ ପ୍ରଧାନ କହିଛନ୍ତି ବିଗତ ୨୪ ବର୍ଷ ଧରି ଶାସନ କ୍ଷମତା ମାଡି ବସିଥିବା ବିଜେଡି ୟ୍ୟୁନିଟ-୬ ସ୍ଥିତ ଏକ ଜାଗାକୁ ରାଜ୍ୟ କାର୍ଯ୍ୟାଳୟ ଓରଫ ଶଙ୍ଖ ଭବନ କେଉଁ ଉଦେଶ୍ୟରେ ନେଇଥିଲା ତାହା ପ୍ରଥମେ ରାଜ୍ୟବାସୀଙ୍କ ନିକଟରେ ସ୍ପଷ୍ଟ କରୁ।

କାରଣ ଏହା ବିଶ୍ବର ପ୍ରଥମ ଦଳୀୟ କାର୍ଯ୍ୟାଳୟ ଯେଉଁଠାରେ ହୋଟେଲ ବା ଢ଼ାବା ଖୋଲାଯାଇ ଖାଦ୍ୟ ବିକ୍ରି ନାଁ ରେ ଲୋକଙ୍କୁ ଆର୍ଥିକ ଶୋଷଣ କରାଯାଉଥିଲେ ଗଣମାଧ୍ୟମରେ ପ୍ରକାଶିତ ଖବରରେ ସ୍ପଷ୍ଟଭାବେ ଦେଖାଯାଉଚି। ସେଠାରେ କେବଳ ଭାତ,ଡାଲି ଓ କୋବିଭଜା ଦାମ ୮ଠ ଟଙ୍କାରେ ବିକ୍ରି କରା ଯାଉଅଛି ଯାହା ବଜାର ମୂଲ୍ୟଠୁ ବହୁତ ଅଧିକ।

ଶଙ୍ଖ ଭବନ ହୋଟଲେ ଖାଉଥିବା ଲୋକେ ଗଣ ମାଧ୍ୟମରେ ସ୍ୱୀକାର କରିଛନ୍ତି ।ଲୋକଙ୍କୁ ଆର୍ଥିକ ଶୋଷଣ କରି ଏଥିରୁ ବାହାରୁ ଥିବା ମୁନାଫା ବିଜେଡି ନିଜର ଦଳୀୟ ପାଣ୍ଠି ବୃଦ୍ଧି କରୁଛି କି ବୋଲି ଜଗନ୍ନାଥ ପ୍ରଶ୍ନ କରିଛନ୍ତି।ରାଜ୍ୟ ସରକାରଙ୍କ ଠାରୁ ନେଇଥିବା ଜାଗାରେ ରାଜନୈତିକ ଅଫିସ କରିବାପାଇଁ ସରକାରଙ୍କ ଠାରୁ ଅନୁମତି ପାଇଥିବା ବେଳେ ତାହା କାହା ଅନୁମତିରେ ବିଜୁ ଜନତା ଦଳ ସେଠାରେ ହୋଟେଲ୍ ବ୍ୟବସାୟ କରିଛି ବୋଲି ଜଗନ୍ନାଥ ପ୍ରଧାନ ପ୍ରଶ୍ନ କରିଛନ୍ତି।

ଯେହେତୁ ଆଗକୁ ବିଜୁ ଜନତା ଦଳ ନିଶ୍ଚିହ୍ନ ହେବାକୁ ଯାଉଛି, ଦଳୀୟ କାର୍ଯ୍ୟାଳୟ କୁ ହୋଟେଲ୍ ବ୍ୟବସାୟରେ ଲଗାଇ ଅର୍ଥ ଉପାର୍ଜନ କରିବାକୁ ବିଜୁ ଜନତା ଦଳ ର ଏହା ସୁଚିନ୍ତିତ ଯୋଜନା ବୋଲି ଜଗନ୍ନାଥ କହିଛନ୍ତି ।

ଯେହେତୁ ପାଖରେ ବିମାନ ବନ୍ଦର ଅଛି, ବିମାନରେ ଆସୁଥିବା ଯାତ୍ରୀଙ୍କ ବିଶ୍ରାମ ପାଇଁ ଶଙ୍ଖ ଭବନ ଏକ ଆରାମ ଦାୟକ ବିଳାସ ଭବନ ହେବ ବିଚାର କରି ବିଜେଡି ଏହା କରିଛି ବୋଲି ଜଗନ୍ନାଥ ପ୍ରଧାନ କହିଛନ୍ତି।

ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରାଜ୍ୟ ସରକାର ଦେଇଥିବା ଜାଗା ପାର୍ଟି ଅଫିସ ବଦଳରେ ଷ୍ଟାର ହୋଟେଲ୍ ନ ହେଉ ଏ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନୁରୋଧ କରାଯାଇଛି । ନଚେତ ଆଗାମୀ ଦିନରେ ଅନ୍ୟ ରାଜନୈତିକ ଦଳ ପାଇଥିବା ଜାଗା ଓ ଘର, ଢାବା ଓ ହୋଟେଲ୍ ରେ ପରିଣତ ନହେବ ଏହାର ଗ୍ୟାରେଣ୍ଟି କିଏ ଦେବ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରାଯାଇଛି । ଏହା ସହିତ ଶଙ୍ଖ ଭବନ ପାଇଁ ବିଜେଡିକୁ ଦେଇଥିବା ଜାଗାକୁ ସରକାର ନିଜ ଅକ୍ତିଆରକୁ ଆଣନ୍ତୁ ବୋଲି ଜଗନ୍ନାଥ କହିଛନ୍ତି।

Leave a Reply

Your email address will not be published. Required fields are marked *