ନିର୍ଭୟ ମିଡିଆ, ଭୁବନେଶ୍ୱର: ଦୀର୍ଘ ୨୪ ବର୍ଷ ପରେ ରାଜ୍ୟରେ ପ୍ରଥମ ଥର ପାଇଁ ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀଭାବେ ଭାଜପାର କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ବୁଧବାର ଦିନ ଶପଥ ଗ୍ରହଣ କରିଛନ୍ତି । ୨୪ ବର୍ଷ ତଳେ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳ ୬ ଡିସେମ୍ବର ୧୯୯୯ରୁ ୫ ମାର୍ଚ୍ଚ ୨୦୦୦ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କ ପୂର୍ବରୁ କଂଗ୍ରେସ ନେତା ଗିରିଧର ଗମାଙ୍ଗ ୧୭ ଫେବୃୟାରୀ ୧୯୯୯ରୁ ୬ ଡିସେମ୍ବର ୧୯୯୯ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ ।

କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳ ପ୍ରଥମ ଥର ପାଇଁ ୭ ଡିସେମ୍ବର ୧୮୮୯ରୁ ୫ ମାର୍ଚ୍ଚ ୧୯୯୦ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ । କଂଗ୍ରେସର ଏହି ଦୁଇ ନେତା ଦଳର ପ୍ରଥମ ପସନ୍ଦ ନ ଥିଲେ । ନିର୍ବାଚନ ପୂର୍ବରୁ ଆଦିବାସୀ ଭୋଟ ପାଇବା ପାଇଁ ଆଦିବାସୀ ନେତାଙ୍କୁ ଲୋକଦେଖାଣିଆଭାବେ ଅଳ୍ପ ସମୟ ପାଇଁ ମୁଖ୍ୟମନ୍ତ୍ରୀ କରିଥିଲା ।

By Nirvay

Leave a Reply

Your email address will not be published. Required fields are marked *