Odisha Fire DG Orders Fire Safety Checks Within 10 Days
ଭୁବନେଶ୍ୱର ସତ୍ୟବିହାର ସ୍ଥିତ ‘ନୋ ଲିମିଟ୍ ବାର୍‌’ ଅଗ୍ନିକାଣ୍ଡ ପରେ ରାଜ୍ୟରେ ଅଗ୍ନି ନିରାପତ୍ତା ନେଇ କଡାକଡି ଯାଞ୍ଚ ହେବ ।
 
ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ୧୦ ଦିନ ଭିତରେ ଭୁବନେଶ୍ୱରର ସମସ୍ତ ବାରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅଛି କି ନାହିଁ ଚେକିଂ ହେବ । ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ନ ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।
 
କହିରଖୁଛୁ ଯେ, ସତ୍ୟବିହାର “ନୋ ଲିମିଟ୍” ରେଷ୍ଟୁରାଣ୍ଟଟି ଏକ ମଦ୍ୟପାନ ବାର୍ ଚଳାଉଥିବା ଅଭିଯୋଗରେ ଏକ ମାସ ପୂର୍ବରୁ ଅବକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ଏକ ଦଳ ଚଢାଉ କରିଥିଲା । ସତ୍ୟବିହାର ବାର୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ସୂଚନା ମିଳିଛି ।
 
ପୂର୍ବରୁ, ରାଜ୍ୟ ଅଗ୍ନିଶମ ଡିଜିଙ୍କ ପକ୍ଷରୁ ଅଗ୍ନିଶମ ବିଭାଗକୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ରାଜ୍ୟରେ ଚାଲୁଥିବା ସମସ୍ତ କ୍ଲବ ଏବଂ ପବଗୁଡ଼ିକରେ ଅଗ୍ନିକାଣ୍ଡ ଘଟିଲେ ତାହାର ପ୍ରତିକାର ଲାଗି ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଛି କି ନାହିଁ ତାହାକୁ ଯାଞ୍ଚ କରିବାକୁ ଡିଜିଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି ।
 
 
 

By Nirvay

Leave a Reply

Your email address will not be published. Required fields are marked *