ବାଣିଜ୍ୟିକ ପ୍ରତିଷ୍ଠାନର ସାଇନ୍‌ବୋର୍ଡରେ ଓଡ଼ିଆ ଲେଖା ହେବ ବାଧ୍ୟତାମୂଳକ । ଏନେଇ ଗୃହ ନଗର ଉନ୍ନୟନ ବିଭାଗ ସଚିବଙ୍କ ପକ୍ଷରୁ ଚିଠି । ସମସ୍ତ ମହାନଗର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଚିଠି । ନିୟମକୁ କଡ଼ାକଡ଼ିଭାବେ ପାଳନ କରାଯାଇଛି କି ନାହିଁ ସେ ନେଇ ସେପ୍ଟେମ୍ବର ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନିଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଚିଠି କରାଯାଇଛି ।

ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଓ ଭାଷାଗତ ଐତିହ୍ୟକୁ ପ୍ରୋତ୍ସାହନ ଓ ସଂରକ୍ଷଣ କରିବା ପାଇ ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଅନୁସରଣ କରି ତଥା ସାଧାରଣ ଜନତାଙ୍କ ସୁବିଧା ପାଇଁ, ଓଡ଼ିଆ ଭାଷା ଲିପିର ବ୍ୟବହାର ସୁନିଶ୍ଚିତ କରିବାକୁ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛି । ଅନୁପାଳନ ନ କଲେ ବାଣିଜ୍ୟିକ ଅନୁଷ୍ଠାନମାନଙ୍କୁ ନୋଟିସ୍ କରାଯିବ ।ନୋଟିସ୍‌ର ୫୫ ଦିନରେ ସଂଶୋଧନ କଲେ ଦିନକୁ ୫୦୦ ଟଙ୍କା ପଡ଼ିବ ଫାଇନ୍ । ଯେଉଁମାନେ ଏହି ନିୟମକୁ ପାଳନ କରିବେ ସେମାନଙ୍କୁ ଟ୍ରେଡ୍ ଲାଇନସେନ୍ସ ନବୀକରଣ ସମୟରେ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯିବ । ଏହି ସୁବିଧା ସୁଯୋଗ ପୋର୍ଟାଲରେ ଉପଲବ୍ଧ ହେବ ।

Leave a Reply

Your email address will not be published. Required fields are marked *