ଆରଡ଼ି ସ୍ଥିତ ଆଖଣ୍ଡଳମଣି ପୀଠର ହେବ ସୈାନ୍ଦର୍ଯ୍ୟକରଣ । ଭଦ୍ରକ ଜିଲ୍ଲାରେ ଅବସ୍ଥିତ ଆଖଣ୍ଡଳମଣିଙ୍କ ପୀଠ ପାଇଁ ୧୦ କୋଟି ଟଙ୍କା ଘୋଷଣା । ବାବା ଆଖଣ୍ଡଳମଣିଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ମିଳିଲା ୧୦ କୋଟି ଟଙ୍କାର ଅନୁଦାନ। ଏ ନେଇ ଆଜି ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ପରିକ୍ରମା ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଉନ୍ନୟନ ପାଣ୍ଠିରୁ ଅନୁଦାନ ଦିଆଯାଇଛି । ଆଜି ପବିତ୍ର ଜାଗର ଅବସରରେ ମଣିବାବାଙ୍କ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବାବା ଆଖଣ୍ଡଳମଣିଙ୍କ ପୀଠରେ ପହଞ୍ଚି ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିଛନ୍ତି । ଏହାପରେ ମନ୍ଦିର ପରିକ୍ରମା କରି ମନ୍ଦିରକୁ ଅନୁଦାନ ରାଶି ପ୍ରଦାନ କରିଛନ୍ତି। Post navigation ଆଜି ମହାଶିବରାତ୍ରୀରେ ମହାକୁମ୍ଭରେ ଶେଷ ସ୍ନାନ ଶ୍ରୀଲୋକନାଥ ମନ୍ଦିରରେ ବାଉନ୍ସର ମୁତୟନ ପ୍ରସଙ୍ଗ: ତଦନ୍ତ ଚାଲିଛି କହିଲେ ପୁରୀ ଏସ୍ପି