Odisha Congress to observe ‘Shraddhanjali Divas’ on July 24
ବାଲେଶ୍ୱର ସୌମ୍ୟାଶ୍ରୀ ଆତ୍ମାହୁତି, ନିମାପଡ଼ା ପୋଡ଼ି ଘଟଣା ତଥା ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା ଏବଂ ସରକାରଙ୍କ ନିରବତା ବିରୋଧରେ ପୁନଶ୍ଚ ଆଜି କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ।
 
ଦାସ ଆସନ୍ତା ୨୪ ତାରିଖ ସୌମ୍ୟାଶ୍ରୀଙ୍କ ଏକାଦଶାହକୁ ସମସ୍ତ ଓଡ଼ିଶାବାସୀ ଶ୍ରଦ୍ଧାଞ୍ଜଳି ଦିବସ ରୂପେ ପାଳନ କରିବା ସହ ନିମାପଡ଼ା ଛାତ୍ରୀ ପୋଡ଼ି ଘଟଣାରେ ଚିକିତ୍ସିତ ହେଉଥିବା ଛାତ୍ରୀଙ୍କ ଆଶୁଆରୋଗ୍ୟ କାମନା କରିବାପାଇଁ ନିବେଦନ କରିଛନ୍ତି । ସେହିପରି ରାଜ୍ୟରେ ବିଭିନ୍ନ ବିଶ୍ୱ ବିଦ୍ୟାଳୟ ଓ କଲେଜରେ ୧ ମିନିଟ୍ ନିରବ ପ୍ରାର୍ଥନା କରିବା ସହ ଗୋଟିଏ ଦିନ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ସେ ଅନୁରୋଧ କରିଛନ୍ତି । ମୂଲ୍ୟ ଯାହା ଦେବାକୁ ପଡ଼ୁ ପଛେ ରାଜ୍ୟରେ ଯେ ପର୍ଯ୍ୟନ୍ତ ନାରୀ ନିର୍ଯ୍ୟାତନା ବନ୍ଦ ହେବ ନାହିଁ ଏବଂ ନାରୀ ଉଚିତ ନ୍ୟାୟ ପାଇବ ନାହିଁ ସେ ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନ ଜାରି ରଖିବ ବୋଲି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ।
 
ବାଲେଶ୍ୱର ପୀଡ଼ିତା, ମୁଖ୍ୟମନ୍ତ୍ରୀ, ରାଜ୍ୟ ଶିକ୍ଷାମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆଦି ସମସ୍ତଙ୍କୁ ନିବେଦନ କରିବା ସତ୍ତ୍ୱେ ସାହାଯ୍ୟ କରିବା ଦୂରେ ଥାଉ, କେହିବି କର୍ଣ୍ଣପାତ କରିନଥିଲେ । ଏପରିକି ସୌମ୍ୟାଶ୍ରୀ ଏକ ଭିଡିଓରେ ତାର ଦୁଃଖ ଜଣାଇଥିଲା ତଥାପି ସରକାର ଏବଂ ପ୍ରଶାସନ ଆଖି ବୁଜିଦେଇଥିଲେ । ସେଥିପାଇଁ ଛାତ୍ରୀଜଣଙ୍କ ନିଜ ଜୀବନ ହରାଇଦେଲେ । ପୋଲିସ କାହିଁକି ଏଫଆଇଆର ଗ୍ରହଣ କଲା ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଯବାବ ଦେବାକୁ ପଡ଼ିବ ଏବଂ ଏହି ପ୍ରଶ୍ନ ଯୁଗ ଯୁଗ ପର୍ଯ୍ୟନ୍ତ ରହିବ ବୋଲି ଦାସ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *