କେନ୍ଦୁଝରର ସହିଦ ଯବାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି । ଭୁବନେଶ୍ୱର ବିମାନ ବନ୍ଦର ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହିଦ ରାଜକିଶୋର ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।

ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ କହିଛନ୍ତି ସହିଦଙ୍କ ଘର ମୋ ନିର୍ବାଚନ ମଣ୍ଡଳୀରେ ଓ ମୋ ଗାଁ ପାଖରେ । ମୁଁ ତାଙ୍କ ପରିବାରକୁ ଜାଣେ । ସହିଦ ରାଜକିଶୋର ମୁଣ୍ଡାଙ୍କ ଆତ୍ମାର ସଦଗତି କାମନା କରୁଛି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି।

କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ନୂଆଗାଁ ଗ୍ରାମର ରାଜକିଶୋର ମୁଣ୍ଡା ବିହାର ରେଜିମେଣ୍ଟ ର ଷଷ୍ଠ ବାଟାଲିୟନରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ । ସ୍ବର୍ଗତ ମୁଣ୍ଡା ଅରୁଣାଚଳ ପ୍ରଦେଶ ର ତାୱାଙ୍ଗ ଠାରେ କର୍ତ୍ତବ୍ୟରତ ଥିବା ବେଳେ ଗତ ୨୯ ତାରିଖ ରେ ସହିଦ ହୋଇଯାଇଛନ୍ତି ।

ସୂଚନା ଯୋଗ୍ୟ; କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନୂଆଗାଁ ଗ୍ରାମର ଷଷ୍ଠ ବାଟାଲିୟନ, ବିହାର ରେଜିମେଣ୍ଟରେ ହାବିଲଦାର ତଥା ଗାଡ଼ି ଚାଳକ ଭାବେ କାର୍ଯ୍ୟରତ ରାଜ କିଶୋର ମୁଣ୍ତାଙ୍କ ଶନିବାର ଅରୁଣାଞ୍ଚଳପ୍ରଦେଶ ତାୱାଙ୍ଗଠାରେ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେନା କର୍ମଚାରୀଙ୍କୁ ନେଇ ଯାଉଥିବାବେଳେ ଏକ ପଥର ତାଙ୍କ ଗାଡ଼ି ଉପରେ ପଡ଼ିବା ଯୋଗୁ ଭାରସାମ୍ୟ ହରାଇ ଗାଡ଼ି ଓଲଟି ପଡ଼ିଥିଲା। ସେ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ।

Leave a Reply

Your email address will not be published. Required fields are marked *