ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରେ ଗଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହିତ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଅଛନ୍ତି । ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ବିଭିନ୍ନ କେନ୍ଦ୍ର ମନ୍ତ୍ରୀ ଏବଂ ବରିଷ୍ଠ ଦଳୀୟ ନେତୃତ୍ୱଙ୍କୁ ମଧ୍ୟ ଭେଟିବା ସହ ଅନ୍ୟାନ୍ୟ ଆଲୋଚନା ରହିଛି । କହିରଖୁଛୁ ଯେ, ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିବା ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହା ଜନସାଧାରଣଙ୍କ ପାଇଁ ଆଶ୍ୱସ୍ତି ପ୍ରଦାନ କରିବ ଏବଂ ବିଶ୍ୱ ମୂଲ୍ୟ ଅସ୍ଥିରତାରୁ ରକ୍ଷା କରିବ ବୋଲି ସେ କହିଛନ୍ତି । ଏହାସହିତ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜନସାଧାରଣଙ୍କୁ ଶାନ୍ତି ବଜାୟ ରଖିବା ସହ ଗୁଜବଠୁ ଦୂରରେ ରହିବା ପାଇଁ ଆହ୍ୱାନ କରିଛନ୍ତି । Post navigation Daspalla Accident: ଦଶପଲ୍ଲାରେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ; ୫ ମୃତ, ୪୦ରୁ ଉର୍ଦ୍ଧ ଆହତ AI and Cyber Security Courses: AI ଓ ସାଇବର ସୁରକ୍ଷା ପାଠ୍ୟକ୍ରମ ପଢ଼ିବେ ସରକାରୀ କର୍ମଚାରୀ