ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଇଣ୍ଡିଆ କେମ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇଛନ୍ତି।  କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେପି ନଡ୍ଡା ଏଥିରେ ଅଧ୍ୟକ୍ଷତା କରିଛନ୍ତି । ଓଡ଼ିଶା, ମଧ୍ୟପ୍ରଦେଶ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ବୈଠକରେ ସାମିଲ ହୋଇଛନ୍ତି । ଏହି ବୈଠକରେ ଦେଶରେ ରାସାୟନିକ ଉଦ୍ଯୋଗ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି, ନିବେଶ ସମ୍ଭାବନା, ନିଯୁକ୍ତି ପ୍ରଦାନ ଭଳି ଅନେକ ଗୁରୁତ୍ଵପୂର୍ଣ୍ଣ ବିଷୟରେ ଗୁରୁତ୍ବ ଦିଆଯାଇଛି ।

ଇଣ୍ଡିଆ କେମ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ବୋଧନ ଦେଇ କହିଛନ୍ତି ବିକଶିତ ଭାରତ ଗଠନ ଏବଂ ବିକଶିତ ଓଡ଼ିଶାରେ ନିର୍ମାଣରେ ପ୍ରମୁଖ ଭୂମିକା ନେବା ସହିତ ଭାରତର ଆର୍ଥିକ ପ୍ରଗତିରେ ସହାୟକ ହେବ। ଶିଳ୍ପ କ୍ଷେତ୍ରରେ ଓଡ଼ିଶା ବେଶ୍ ଅଗ୍ରଗତି କରୁଛି। ଆଗାମୀ ଦିନରେ ଭାରତର ଶିଳ୍ପ ଅଭିବୃଦ୍ଧିରେ ବଡ଼ ଭୂମିକା ନେବ ଓଡ଼ିଶା।

 

Leave a Reply

Your email address will not be published. Required fields are marked *