ବୁଣାକାର ଶ୍ରମିକଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର । ବୟନ ଶିଳ୍ପ ଶ୍ରମିକ ମାନଙ୍କ ମଜୁରୀ ଭତ୍ତା ହଜାରେ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି। ପୁରୁଷ ବୁଣାକାର ଶ୍ରମିକଙ୍କ ଭତ୍ତା ୬ ହଜାରକୁ ବୃଦ୍ଧି ହୋଇଥିବା ବେଳେ ମହିଳା ବୁଣାକାର ଶ୍ରମିକଙ୍କ ଭତ୍ତା ୭ ହଜାରକୁ ବୃଦ୍ଧି ହୋଇଛି । ଓଡ଼ିଶା ଟେକ୍ସ-୨୦୨୫ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୋହନ କହିଛନ୍ତି, ଓଡ଼ିଶାର ବସ୍ତ୍ର ପୂରା ଭାରତରେ ପହଞ୍ଚିବ । ସମ୍ବଲପୁର, ମାଣିଆବନ୍ଧ, ବ୍ରହ୍ମପୁର ଶାଢ଼ୀ ଲୋକପ୍ରିୟ । ସପ୍ତାହରେ ଗୋଟିଏ ଦିନ ସମସ୍ତେ ବୟନ ପୋଷାକ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି । ସୂଚନା ଯୋଗ୍ୟ; ଆରମ୍ଭ ହେଲା ଓଡ଼ିଶା ଟେକ୍ସ-୨୦୨୫ । ଲୋକସେବା ଭବନରେ ଆଜି ଓଡ଼ିଶା ଟେକ୍ସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ୬ଟି ଟେକ୍ସଟାଇଲ ପାର୍କର ମଧ୍ୟ ଉଦ୍ଘାଟନ କରିଛନ୍ତି। ରାଜ୍ୟରେ ୧୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆଶା ରହିଥିବାବେଳେ ୨୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିର ମଧ୍ୟ ସମ୍ଭାବନା ରହିଛି। Post navigation ବୁଢ଼ା ବାପା-ମା’ଙ୍କ ସେବା କରିବା ପାଇଁ ମିଳିବ ୩୦ ଦିନ ଛୁଟି ଅଶ୍ଳୀଳ କଣ୍ଟେଣ୍ଟ ଦେଖାଉଥିବା ଅଭିଯୋଗରେ ୨୫ଟି OTT ଆପ୍ସକୁ ବ୍ୟାନ୍ କଲେ ସରକାର