ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଓଡ଼ିଶା ସରକାର ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ସୋମବାର ବିଧାନସଭାରେ ଏହି ସୂଚନା ଦେଇ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ଯର ବିକାଶ ପ୍ରକ୍ରିୟାରେ ସମାଜର ସମସ୍ତ ବର୍ଗଙ୍କୁ ସାମିଲ କରିବା ସରକାରଙ୍କ ଲକ୍ଷ୍ଯ।

ମୁଖ୍ଯମନ୍ତ୍ରୀ କହିଛନ୍ତି ଯେ ଟାସ୍କଫୋର୍ସ ଗଠନ ହେବାର 30 ଦିନ ମଧ୍ଯରେ ସରକାରଙ୍କୁ ଏହାର ରିପୋର୍ଟ ଦାଖଲ କରିବ। “ଏହା ଏସ୍. ଓ. ଡି. ସି. ଗଠନ ପ୍ରକ୍ରିୟା , ଏହାର ଢାଞ୍ଚା ଏବଂ କାର୍ଯ୍ଯଶୈଳୀ ଉପରେ ନିଜର ପରାମର୍ଶ ଦେବ। ଏହା ବ୍ଯତୀତ, କେଉଁ ଜିଲ୍ଲା ଏବଂ ବ୍ଲକକୁ ପରିଷଦରେ ଅନ୍ତର୍ଭୁକ୍ତ କରାଯିବ ତାହା ଉପରେ ମତାମତ ଦିଆଯିବ ବୋଲି ସେ କହିଛନ୍ତି।

ଏହି ଟାସ୍କ ଫୋର୍ସର ନେତୃତ୍ୱ ନେବେ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ। ଏଥିରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ଯ ଓ ପଶୁ ସମ୍ପଦ ବିକାଶ, ମାଇକ୍ରୋ, କ୍ଷୁଦ୍ର ଓ ମଧ୍ଯମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କାନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରହୀ, ଦିଗପାହାଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରା, ମଲ୍କାନଗିରି ବିଧାୟକ ନରସିଂହ ମଦକାମୀ, ପାରାଳାଖେମୁଣ୍ଡି ବିଧାୟକ ରୁପେଶ କୁମାର ପାଣିଗ୍ରହୀ, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଏବଂ ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ ସାମିଲ ଥିଲେ।ଏହି ବିକାଶ ପରିଷଦ କିପରି ଗଠିତ ହେବ, ଏଥିରେ କେଉଁ ଜିଲ୍ଲା ଓ ବ୍ଲକ ସାମିଲ ହେବ ଏବଂ ଏହାର ଢାଞ୍ଚା ଓ କାର୍ଯ୍ୟପ୍ରଣାଳୀ କଣ ରହିବ, ସେ ସମ୍ପର୍କରେ ସୁଚିନ୍ତିତ ମତାମତ ଦେବା ପାଇଁ ଏହି Task Force ଗଠନ କରାଯାଇଛି। ଗଠନ ହେବାର ୩୦ ଦିନ ମଧ୍ୟରେ ଏହି Task Force ରିପୋର୍ଟ ଦାଖଲ କରିବ।

ଏହା ବ୍ଯତୀତ ଏହି ଟାସ୍କଫୋର୍ସରେ ଆରଡିସି (ଦକ୍ଷିଣ ଡିଭିଜନ) ଆରଡିସି (କେନ୍ଦ୍ରୀୟ ଡିଭିଜନ) ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ତିନି ଜଣ ଏକ୍ସ-ଅଫିସିଓ ସଦସ୍ଯ ରହିଛନ୍ତି।

Leave a Reply

Your email address will not be published. Required fields are marked *