ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ (ଓପିଏସସି) ବୁଧବାର ଓଡିଶା ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ୨୦୨୩-୨୪ପାଇଁ ସମ୍ଭାବ୍ଯ ତାରିଖ ଘୋଷଣା କରିଛି। ନୋଟିସ ଅନୁଯାୟୀ , ଓସିଏସ୍ ପ୍ରିଲିମିନାରୀ ପରୀକ୍ଷା ଡିସେମ୍ବର ୧୫,୨୦୨୪ ରବିବାର ଦିନ ଧାର୍ଯ୍ୟ କରାଯାଇଛି |ଓପିଏସସି ଏକ ନୋଟିସ  ଜାରି କରି କହିଛି ଯେ ପରୀକ୍ଷା ପାଇଁ ଏକ ବିସ୍ତୃତ ସମୟ ସାରଣୀ କିଛି ଦିନ ପରେ ପ୍ରକାଶ କରାଯିବ।

ଅଧିକ ସୁଚନା ପାଇବା ପାଇଁ ସମସ୍ତ ପ୍ରାର୍ଥୀମାନଙ୍କୁ ଏହାର ୱେବସାଇଟ୍ (www.opsc.gov.in) ସମୟନୁସାରେ ଯାଞ୍ଚ କରିବାକୁ ମଧ୍ଯ କହିଛନ୍ତି।

ଓଡ଼ିଶା ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ୨୦୨୩-୨୪ ପୂର୍ବରୁ ଅକ୍ଟୋବର ୨୭,୨୦୨୪ ରେ ଧାର୍ଯ୍ଯ ହୋଇଥିଲା। ତେବେ, ଘୂର୍ଣ୍ଣିବାତ୍ୟା ଦାନା କାରଣରୁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା।

 

By Nirvay

Leave a Reply

Your email address will not be published. Required fields are marked *