ଓଡ଼ିଶାରେ ସରକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ଆୟୋଜିତ ସାର୍ବଜନୀନ ପରୀକ୍ଷା ରେ ଜାଲିଆତି, ଠକେଇ, ପରୀକ୍ଷା ପ୍ରକ୍ରିୟାରେ ବବ୍ୟାଘାତ ସୃଷ୍ଟି କରିବା, ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା ସମ୍ବନ୍ଧୀୟ ସୂଚନା ଲିକ୍ କରିବା, ପରୀକ୍ଷା ହଲରେ ଅନଧିକୃତ ପ୍ରବେଶ ଏବଂ ଅନ୍ୟ ନିୟମ ଉଲ୍ଲଙ୍ଘନକୁ ନେଇ ଶୀଘ୍ର ଦଣ୍ଡ ଦିଆଯିବ।

ସର୍ବସାଧାରଣ ପରୀକ୍ଷାର ଅଖଣ୍ଡତା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ପବ୍ଲିକ୍ ପରୀକ୍ଷା (ଅନୁଚିତ ଉପାୟ ର ପ୍ରତିରୋଧ) ଅଧିନିୟମ 2024 ସୃଷ୍ଟି କରିବାକୁ ଏକ ପ୍ରସ୍ତାବକୁ କ୍ଯ଼ାବିନେଟ୍ ଅନୁମୋଦନ କରିଛି। ଏହି ଆଇନ ଓଡ଼ିଶା ଲୋକସେବା ଆଯ଼ୋଗ, କର୍ମଚାରୀ ଚୟନ ଆୟୋଗ ଏବଂ ରାଜ୍ଯ ଚୟନ ବୋର୍ଡ ସମେତ ବିଭିନ୍ନ ଆୟୋଗ ଦ୍ୱାରା ପରିଚାଳିତ ସାର୍ବଜନୀନ ପରୀକ୍ଷାକୁ ଅନ୍ତର୍ଭୁକ୍ତ କରିବ। ଦୋଷୀ ବ୍ଯକ୍ତିମାନେ ୧୦ବର୍ଷ ଜେଲ୍ ଏବଂ ୫ଲକ୍ଷ୍ୟ ଜରିମାନାର ସମ୍ମୁଖୀନ ହେବେ। ଏବଂ ପରୀକ୍ଷା ପାଇଁ ସର୍ଭିସ ପ୍ରଭାଇଡ଼ର ସଂସ୍ଥା ଯଦି ଦୋଷୀ ସାବ୍ୟସ୍ତ ହୁଏ ୧କୋଟି ପର୍ଯ୍ୟନ୍ତ ଜୋରିମାନା ର ସମ୍ମୁଖୀନ ହେବ ବୋଲି ନିୟମ ଲାଗୁ ହେବ |

 

Leave a Reply

Your email address will not be published. Required fields are marked *