ଆଜି ସନ୍ଧ୍ୟାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ବିଭିନ୍ନ ବିଭାଗର ୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଏନେଇ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି । ଏହି କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ୫ ବର୍ଷରେ ଖର୍ଚ୍ଚ ହେବ ୮୭୪.୧୪ କୋଟି ଟଙ୍କା । ୮୦%ରୁ ଅଧିକ ଭିନ୍ନକ୍ଷମ ଓ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ୧୨,୦୦ରୁ ୩୫,୦୦ ଟଙ୍କା ମାସିକ ଭତ୍ତା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରି ମିଳିଛି । ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ‘ସୁଭଦ୍ରା’ ଆବେଦନ କରିଥିଲେ ୨ଟି କିସ୍ତି ମିଳିବ । ମାର୍ଚ୍ଚ ସୁଦ୍ଧା ଆବେଦନ କରିଥିଲେ ଏକକାଳୀନ ୨ଟି କିସ୍ତି ପାଇବେ । ସେହିଭଳି ପିଏମ୍ ସୂର୍ଯ୍ୟଘର ଯୋଜନାରେ ସୋଲାର ଲଗାଇଲେ ମିଳିବ ସହାୟତା । ୧ କିଲୋୱାଟ୍ ସୋଲାର ଲାଗି ରାଜ୍ୟ ଦେବ ଅତିରିକ୍ତ ୨୫,୦୦୦ ଟଙ୍କା । କେନ୍ଦ୍ରର ୩୦,୦୦୦ ସବସିଡି ବାଦ୍ ରାଜ୍ୟ ସରକାର ୨୫,୦୦୦ ଟଙ୍କା ଦେବେ । ୩ କିଲୋୱାଟ୍ ସୋଲାର ଲଗାଇଲେ ରାଜ୍ୟ ଦେବ ମୋଟ ୫୮, ୦୦୦ ଟଙ୍କା । Post navigation ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆରା ପଦକ୍ଷେପ; ଫୁଲତୋଡ଼ା, ନବବର୍ଷରେ ଡାଏରୀ ବଦଳରେ ଶିକ୍ଷା ଉପକରଣକୁ ସ୍ୱାଗତ ୩ ବର୍ଷ ପାଇଁ ଜାତୀୟ ଖୋ ଖୋ ଟିମ୍ ର ପ୍ରାୟୋଜକ ହେବେ ଓଡ଼ିଶା ସରକାର