ମୁଖ୍ୟମନ୍ତ୍ରୀଙ୍କ ମୋହନ ଚରଣ ମାଝୀ ଅଧ୍ୟକ୍ଷତାରେ, ଲୋକସେବା ଭବନରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବୁଧବାର ଦିନ ଓଡ଼ିଶା କ୍ୟାବିନେଟ୍ ୬ଟି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ୧. ଏଣିକି ଅଙ୍ଗନବାଡି ସୁପରଭାଇଜର ପଦବୀ ପାଇଁ ସର୍ବନିମ୍ନ ଯୋଗ୍ୟତା ଗ୍ରାଜୁଏସନ ରହିବ ଯାହା ଆଗରୁ ମାଟ୍ରିକ ଯାଏ ରହୁଥିଲା । ୨. ସ୍ୱାସ୍ଥ୍ୟ ବିଭାଗର ୧୦୮ ସେବା ପାଇଁ ଆଗାମୀ ୫ ବର୍ଷ ପାଇଁ ୨୩୯୮ କୋଟି ଟଙ୍କା ମଂଜୁର କରିଛି କ୍ୟାବିନେଟ । ୩. ଜଳ ସମ୍ପଦ ବିଭାଗ ପକ୍ଷରୁ ବୈତରଣୀ ବାମ ଓ ଡାହାଣ ପାର୍ଶ୍ୱରେ ୧୦୮ କୋଟି ବ୍ୟୟରେ କେନାଲ ନିର୍ମାଣ ହେବ । ୪. ଅବକାରୀ ବିଭାଗ ନିୟମ ୨୦୧୭ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ । ୫. ଅନୁସୂଚିତ ଜାତି ଜନଜାତିର କ୍ୟାଡର ପୁନଃଗଠନ କରାଯାଇ ୨୪ ପଦବୀ ସୃଷ୍ଟି କରାଯିବ । ୬. ଅବକାରୀ କନେଷ୍ଟବଲ ଡିଭିଜନ ବଦଳା ଯାଇ ଜିଲ୍ଲା କ୍ୟାଡର କରାଯାଇଛି । Post navigation ବିଭିନ୍ନ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ